ଜୀବନବୀମା ଶାଖା ଅଭିକର୍ତ୍ତା ସଙ୍ଘର ବାର୍ଷିକ ଉତ୍ସବ
କେନ୍ଦ୍ରାପଡ଼ା(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡା ଜୀବନବୀମା ଶାଖା ଅଭିକର୍ତ୍ତା ସଙ୍ଘର ବାର୍ଷିକ ଉତ୍ସବ ଓ କର୍ମକର୍ତ୍ତା ନିର୍ବାଚନ ଜିଲ୍ଲା ସଂସ୍କୃତିଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଙ୍ଘର ସଭାପତି ନାରାୟଣ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ କଟକ ମଣ୍ଡଳ ଅଭିକର୍ତ୍ତା ସଙ୍ଘର ସଭାପତି ଦେବେନ୍ଦ୍ର କୁମାର ମୁଦୁଲି ମୁଖ୍ୟ ଅତିଥି, ମଣ୍ଡଳ ସମ୍ପାଦକ ଜ୍ଞାନେନ୍ଦ୍ର କୁମାର ମିଶ୍ର ମୁଖ୍ୟବକ୍ତା, ଜୋନାଲ ସାଂଗଠନିକ ସମ୍ପାଦକ ପ୍ରତାପ ଚନ୍ଦ୍ର ମହାନ୍ତି ଓ କେନ୍ଦ୍ରାପଡା ଜୀବନବୀମା ନିଗମ ଶାଖା କାର୍ଯ୍ୟାଳୟର ମୁଖ୍ୟ ପରିଚାଳକ ଦିଲ୍ଲିପ କୁମାର ବିହାରୀ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଏଜେଣ୍ଟମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ମତବ୍ୟକ୍ତ କରିଥିବା ବେଳେ କଟକ ମଣ୍ଡଳ ଅଭିକର୍ତ୍ତା ସଙ୍ଘର ଉପସଭାପତି ଜୟନ୍ତ କୁମାର ସାହୁ, କାର୍ଯ୍ୟକାରୀ କମିଟି ସଭ୍ୟ ନାରାୟଣ ସାହୁ,ବରିଷ୍ଠ ସଦସ୍ୟ ବିଚିତ୍ରାନନ୍ଦ ବେହେରା ଓ ସୀତାକାନ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ପଡୋଶୀ ପଟ୍ଟାମୁଣ୍ଡାଇ, ଭଦ୍ରକ, ପାରାଦୀପ,ମାର୍ଶାଘାଇ ଜୀବନବୀମା ନିଗମ ଶାଖାର ଅଭିକର୍ତ୍ତାମାନେ ଉପସ୍ଥିତ ଥିଲେ । କେନ୍ଦ୍ରାପଡା ଜୀବନବୀମା ଅଭିକର୍ତ୍ତା ସଙ୍ଘର ସମ୍ପାଦକ ଚିତ୍ତରଞ୍ଜନ ଭଗତ ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ଅବସରରେ କେନ୍ଦ୍ରାପଡା ଜିଲ୍ଲା ଶାଖାର ନିର୍ବାଚନ ଅନୁଷ୍ଠିତ ହୋଇ ଅଭିକର୍ତ୍ତା ସଙ୍ଘର ସଭାପତି ଭାବେ ନାରାୟଣ ଜେନା, ଉପସଭାପତି ଭବାନିଶଙ୍କର ମହାନ୍ତି ଓ ବାବାଜି ଚରଣ ସାମଲ, ସମ୍ପାଦକ ଅକ୍ଷୟ କୁମାର ସାହୁ, ସହ ସମ୍ପାଦକ ଜୀତେନ୍ଦ୍ର କୁମାର ମହାନ୍ତି ଓ ଫକିର କୁମାର ଖୁଣ୍ଟିଆ, କୋଷାଧ୍ୟକ୍ଷ ଶୈଳଜାଶଙ୍କର ସାମଲ, ସାଂଗଠନିକ ସମ୍ପାଦକ ରଞ୍ଜନ କୁମାର ମଣ୍ଡଳ ଓ ପ୍ରଶାନ୍ତ କୁମାର ରାଉତଙ୍କୁ ନିର୍ବାଚିତ କରାଯାଇଥିଲା। ସଭାପତି ଭାବେ ଶ୍ରୀ ଜେନା ଦ୍ୱିତୀୟଥର ପାଇଁ ନିର୍ବାଚିତ ହୋଇଥିବାରୁ ତାଙ୍କୁ ସମସ୍ତେ ପୁଷ୍ପଗୁଛ ଦେଇ ଶୁଭେଛା ଜଣାଇଥିଲେ। ନିର୍ବାଚିତ କର୍ମକର୍ତ୍ତାମାନେ ଶପଥ ପାଠ କରିଥିଲେ। ଶୈଳଜାଶଙ୍କର ସାମଲ ଧନ୍ୟବାଦ ଅର୍ପଣ କରିଥିଲେ ।


