ଡ଼ଅଁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ
ହାଟଡିହି (ଓ୍ବାଇଏନଏସ): ଡ଼ଅଁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ପ୍ରଧାନଶିକ୍ଷକ ଚନ୍ଦ୍ରକାନ୍ତ ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବାର୍ଷିକ କ୍ରୀଡା ଉତ୍ସବରେ ରମେଶ ଚନ୍ଦ୍ର ରାଉତ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ପଦ୍ମନାଭ ନାୟକ, ମୁଖ୍ୟବକ୍ତା ଭାବେ ଶିଶିର କୁମାର ନାୟକ, ସମ୍ମାନିତ ଅତିଥି ଭାବେ ଧୀରେନ୍ଦ୍ର ନାରାୟଣ ଜେନା, ବାସୁଦେବ ନାୟକ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀ ଙ୍କୁ ମାର୍ଗଦର୍ଶନ କରିବା ସହିତ ବାର୍ଷିକ କ୍ରୀଡାରେ କୃତିତ୍ୱ ହାସଲ କରିଥିବା କୃତ୍ତି ଛାତ୍ରଛାତ୍ରୀ ଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ବରିଷ୍ଠ ଶିକ୍ଷୟତ୍ରୀ ସୁପ୍ରଭା ରାଉତ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିବା ବେଳେ ପ୍ରଧାନ ଶିକ୍ଷକ ଚନ୍ଦ୍ରକାନ୍ତ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ। ପଞ୍ଚାନନ ବାରିକ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସିଆରସିସି ଶ୍ରୀକାନ୍ତ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।


