କିଟ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଓ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡେଇଙ୍କୁ ଅସୀ ଓ ମସୀ ପ୍ରଦାନ

କେନ୍ଦ୍ରାପଡ଼ା, (ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡ଼ା ଜିଲ୍ଲା କ୍ଷତ୍ରିୟ ଖଣ୍ଡାୟତ ସଂଘର ମୁଖପତ୍ର ‘ଅସି ଓ ମସି’ କିଟ୍ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ତଥା ବିଶିଷ୍ଟ ଶିକ୍ଷାବିତ୍ ଡ଼ା ଅଚ୍ୟୁତ ସାମନ୍ତଙ୍କୁ କିଟ୍ ବିଶ୍ୱବିଦ୍ୟାଳୟ ଅତିଥି ଭବନରେ ଏବଂ ଓଡ଼ିଶାର ବର୍ଷିଆନ ବରିଷ୍ଠ ପ୍ରାକ୍ତନ ଅର୍ଥ, ଶିକ୍ଷା ଓ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରଫୁଲ୍ଲ ଘଡ଼େଇ ଏବଂ କେନ୍ଦ୍ରାପଡା ଅର୍ବାନ କୋପରେଟିଭ ବ୍ୟାଙ୍କର ସଭାପତି ଗୁରୁ ପ୍ରସାଦ ମହାନ୍ତିଙ୍କୁ ସଂଘ ପକ୍ଷରୁ ତାଙ୍କ ବାସଭବନରେ ସୌଜନ୍ୟ ମୂଳକ ଭାବେ ପ୍ରଦାନ କରାଯାଇଛି।

ଏହି ଅବସରରେ ସଂଘର ସଭାପତି ଶରତ କୁମାର ବେହୁରାଙ୍କ ନେତୃତ୍ୱରେ ଯାଇଥିବା ପ୍ରତିନିଧି ଦଳରେ କାର୍ଯ୍ୟକାରୀ କମିଟି ସଦସ୍ୟ କାର୍ତ୍ତିକ କୁମାର ରାଉତ ଓ ଶରତ ପଟ୍ଟନାୟକ, କୋଷାଧ୍ୟକ୍ଷ ସୁଶୀଲ କୁମାର ସାମଲ ,ନଗର ସଭାପତି ସଂଗ୍ରାମ କେଶରୀ ଜେନା ପ୍ରମୁଖ ସାମିଲ ଥିଲେ। ପ୍ରତିନିଧି ଦଳ ସଂଘର ବିଭିନ୍ନ ସାମାଜିକ, ସାଂସ୍କୃତିକ ଓ ଐତିହ୍ୟ ସଂରକ୍ଷଣମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରାଇବା ସହ ମୁଖପତ୍ର ‘ଅସି ଓ ମସି’ର ଉଦ୍ଦେଶ୍ୟ ଏବଂ ବିଷୟବସ୍ତୁ ସମ୍ପର୍କରେ ଆଲୋକପାତ କରିଥିଲେ। ଶ୍ରୀ ସାମନ୍ତ ଓ ଶ୍ରୀ ଘଡ଼େଇ ସଂଘର ଏହି ସାହିତ୍ୟିକ ତଥା ସାମାଜିକ ପ୍ରୟାସକୁ ଉଚ୍ଚ ପ୍ରଶଂସା କରିବା ସହ ସମାଜର ଇତିହାସ, ପରମ୍ପରା ଓ ଗୌରବମୟ ଐତିହ୍ୟକୁ ନୂତନ ପିଢ଼ି ନିକଟରେ ପହଞ୍ଚାଇବାରେ ଏଭଳି ପ୍ରକାଶନ ଯଥେଷ୍ଟ ସହାୟକ ହେବ ବୋଲି ମତ ପ୍ରକାଶ କରିଥିଲେ। ସେମାନେ ମୁଖପତ୍ରର ଉତ୍ତରୋତ୍ତର ସଫଳତା କାମନା କରିବା ସହ ସଂଘର ସାମାଜିକ କାର୍ଯ୍ୟଧାରା ଅବ୍ୟାହତ ରହୁ ବୋଲି ଶୁଭେଚ୍ଛା ଜଣାଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ