୨୫ ରେ ଆସିକା ସମବାୟ ଚିନିଶିଳ୍ପ କର୍ମଚାରୀ ସଂଘ ନିର୍ବାଚନ

ଆସିକା  (ୱାଇଏନ୍‍ଏସ୍‍) :ଆସନ୍ତା ୨୫ ତାରିଖରେ ଆସିକା ସମବାୟ ଚିନିଶିଳ୍ପ ଲିଃର କର୍ମଚାରୀ ସଂଘର ୧୪ଟି କାର୍ଯ୍ୟକାରୀ କମିଟି ସଦସ୍ୟ ପଦବୀ ଲାଗି ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଏହି ନିର୍ବାଚନରେ ୧୬ ଜଣ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିବା ଜଣାପଡିଛି । ସମବାୟ ଚିନିଶିଳ୍ପ କର୍ମଚାରୀ ସଂଘର ନିର୍ଦ୍ଦେଶକ ପଦବୀ ପାଇଁ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିବା ପ୍ରାର୍ଥୀମାନେ ବର୍ତ୍ତମାନ ଠାରୁ ନିଜର ବିଜୟ ପାଇଁ ଶୁଭେଚ୍ଛୁ ଓ ସମର୍ଥକମାନଙ୍କୁ ଧରି ସମୟ ସୁବିଧା ଦେଖି ନିଜ ସପକ୍ଷରେ ପ୍ରଚାର ଅଭିଯାନକୁ ଜୋରଦାର୍‍ କରୁଥିବା ଦେଖିବାକୁ ମିଳୁଛି । ୧୪ଟି ନିର୍ଦ୍ଦେଶକ ପଦବୀ ଲାଗି ସମୂଦାୟ ୧୭ ଜଣ ପ୍ରାôର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିଲା ବେଳେ ବୁଧବାର ଜଣେ ପ୍ରାର୍ଥୀ ନିଜର ମନୋନୟନ ପତ୍ର ପ୍ରତ୍ୟାହାର କରିନେବାରୁ ୧୬ ଜଣ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିବା ଜଣାପଡିଛି । ଆସିକା ସମବାୟ ଚିନିଶିଳ୍ପ ଲିଃରେ କାର୍ଯ୍ୟରତ ଥିବା ସ୍ଥାୟୀ ଓ ଏନ୍‍ଏମ୍‍ଆର୍‍ ବର୍ଗର ୨୪୪ ଜଣ ଭୋଟର ଆଗାମୀ ୨୫ ତାରିଖରେ ଅନୁଷ୍ଠିତ ହେବାକୁ ଥିବା କର୍ମଚାରୀ ସଂଘ ନିର୍ବାଚନରେ ନିଜ ନିଜର ମତାଧିକାର ସାବ୍ୟସ୍ତ କରି ମନ ପସନ୍ଦର ନିିର୍ଦ୍ଦେଶକଙ୍କୁ ନିର୍ବାଚିତ କରିବେ ବୋଲି ଜଣାପଡିଛି । ଆସନ୍ତା ୨୫ ତାରିଖ ଦିନ ସକାଳ ୮ ଘଣ୍ଟିକାରୁ ୧୨ ଘଣ୍ଟିକା ପର୍ଯ୍ୟନ୍ତ କୃଷକ ଭବନ ପରିସରରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଅପରାହ୍ନରେ ଭୋଟ ଗଣତି କରାଯାଇ ଫଳାଫଳ ଘୋଷଣା କରାଯିବାର କାର୍ଯ୍ୟକ୍ରମ ରହିଛି । ଆସିକା ସମବାୟ ଚିନିଶିଳ୍ପ କର୍ମଚାରୀ ସଂଘର ୧୧ ଜଣ କାର୍ଯ୍ୟକାରୀ କମିଟି ସଦସ୍ୟ ଅପ୍ରତିଦ୍ୱନ୍ଦୀ ଭାବେ ନିର୍ବାଚିତ ହେବା ଏକ ପ୍ରକାର ନିଶ୍ଚିତ ହୋଇଯାଇଥିଲା ବେଳେ ସେମାନଙ୍କୁ ଆସନ୍ତା ୨୫ ତାରିଖ ଦିନ ଆନୁଷ୍ଠାନିକ ଭାବେ ବିଜୟୀ ଘୋଷଣା କରାଯିବ ବୋଲି ଜଣାପଡିଛି । ଆସିକା ସମବାୟ ଚିନିଶିଳ୍ପ ଲିଃ କର୍ମଚାରୀ ସଂଘର ମାତ୍ର ୩ଟି କାର୍ଯ୍ୟକାରୀ କମିଟି ସଦସ୍ୟ ପଦବୀ ଲାଗି ଆସନ୍ତା ୨୫ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନକୁ ଅବାଧ, ମୁକ୍ତ ଓ ନିରପେକ୍ଷ ଭାବେ ସଂପନ୍ନ କରିବା ଲାଗି ବ୍ୟାପକ ପଦକ୍ଷେପ ମାନ ଗ୍ରହଣ କରାଯାଉଥିଲା ବେଳେ ନିର୍ବାଚନକୁ ସୁପରିଚାଳନା କରିବା ଲାଗି ଅନିଲ୍‍ କୁମାର ଦାଶ, ଜିତେନ୍ଦ୍ର କୁମାର ଜେନା, ରାମପ୍ରସାଦ ଶତପଥୀ ନିୟୋଜିତ ଥିବା ଜଣାପଡିଛି । ଏଆଇଟିୟୁସି ସହବନ୍ଧିତ ଆସିକା ସମବାୟ ଚିନିଶିଳ୍ପ ଲିଃ କର୍ମଚାରୀ ସଂଘର ସ୍ଥାୟୀ ସଭାପତି ରୂପେ ବରିଷ୍ଠ ଶ୍ରମିକ ନେତା ରାମକୃଷ୍ଣ ପଣ୍ଡା ରହିଥିଲା ବେଳେ ଆସନ୍ତା ୨୫ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନରେ ବିଜୟ ମୁକୁଟ ପିନ୍ଧିବାକୁ ଥିବା ୧୪ ଜଣ ନିର୍ଦ୍ଦେଶକଙ୍କ ମଧ୍ୟରୁ ଉପସଭାପତି, ସଂପାଦକ, କୋଷାଧ୍ୟକ୍ଷ ସମେତ ଅନ୍ୟାନ୍ୟ ପଦବୀ ଲାଗି କର୍ମକର୍ତ୍ତା ଚୟନ କରାଯିବ ବୋଲି ଜଣାପଡିଛି । ଆସିକା ସମବାୟ ଚିନିଶିଳ୍ପ କର୍ମଚାରୀ ସଂଘ ନିର୍ବାଚନରେ ୧୪ଟି କାର୍ଯ୍ୟକାରୀ କମିଟି ସଦସ୍ୟ ପାଇଁ କୈଳାଶ ଚନ୍ଦ୍ର ଗୌଡ, ଦିଲୀପ କୁମାର ସ୍ୱାଇଁ, ଦାମୋଦର ସିୟ, ଶିବରାମ ରାଉଳ, ମହାଦେବ ନାହାକ, ବିଜୟ କୁମାର ନାହାକ, ଏସ୍‍.ନାଗେଶ୍ୱର ପୃଷ୍ଟି, ସୁରଜ କୁମାର ଗୌଡ, କାଳୁ ଚରଣ ସ୍ୱାଇଁ, ଅଶୋକ କୁମାର ପ୍ରଧାନ, ଭଗବାନ ବେହେରା, ବାବୁଲା ପ୍ରଧାନ, କୈଳାଶ ଚନ୍ଦ୍ର ପଟ୍ଟନାୟକ, ଚାପଧର ରାଉତ, ମନୋଜ କୁମାର ନାହାକ, ବିଜୟ କୁମାର ମହାନ୍ତି ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିବା ଜଣାପଡିଛି । ଆସନ୍ତା ୨୫ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଆସିକା ସମବାୟ ଚିନିଶିଳ୍ପ ଲିଃର କର୍ମଚାରୀ ସଂଘର ୧୪ଟି କାର୍ଯ୍ୟକାରୀ କମିଟି ସଦସ୍ୟ ପଦବୀ ଲାଗି ନାମାଙ୍କନ ପତ୍ର ଦାଖଲ, ନାମାଙ୍କନ ପତ୍ର ଯାଞ୍ଚ, ପ୍ରାର୍ଥୀପତ୍ର ପ୍ରତ୍ୟାହାର ଶେଷ ପରେ ବୁଧବାର ଅପରାହ୍ନରେ ଚୁଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ