ଶଙ୍କରାଚାର୍ଯ୍ୟଙ୍କ ଜୟନ୍ତୀ ପାଳିତ
ଆସିକା (ୱାଇଏନ୍ଏସ୍) :ଆସିକା ସହରର ଅତି ପୁରାତନ ବିନାୟକ ବଜାର ସ୍ଥିତ ଶ୍ରୀ ଶ୍ରୀ ଭାଗବତ ଗାଦି ମଠ ପରିସରରେ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଭାଗବତପାଦ ଜଗଦ୍ଗୁରୁ ଆଦି ଶଙ୍କରାଚାର୍ଯ୍ୟଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଆଦିତ୍ୟ ବାହିନୀ ଆସିକା ଶାଖା ଓ ଆନନ୍ଦ ବାହିନୀ ଏବଂ ପୀଠ ପରିଷଦ କର୍ମକର୍ତ୍ତାଙ୍କ ସକ୍ରିୟ ସହଯୋଗରେ ଅନୁଷ୍ଠିତ ହୋଇଥିବା ଜଗଦ୍ଗୁରୁ ଆଦି ଶଙ୍କରାଚାର୍ଯ୍ୟଙ୍କ ଜୟନ୍ତୀ ପାଳନ କାର୍ଯ୍ୟକ୍ରମରେ ବହୁ ଆଧ୍ୟାତ୍ମିକପ୍ରେମୀ ଓ ସଚେତନ ନାଗରିକ ଯୋଗଦେଇଥିବା ଲକ୍ଷ୍ୟ କରାଯାଇଥିଲା । ଆଦିତ୍ୟ ବାହିନୀ ଆସିକା ଶାଖାର ସଭାପତି ବ୍ରଜମୋହନ ପାତ୍ର ଓ ସଂପାଦକ ଟୁକୁନା ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆଦିତ୍ୟ ବାହିନୀର ପୂର୍ବତନ ରାଜ୍ୟ ସାଧାରଣ ସଂପାଦକ ପ୍ରଦୀପ କୁମାର ପାତ୍ର, ଆଧ୍ୟାତ୍ମିକପ୍ରେମୀ କିରଣ କୁମାର ପାଢୀ, ସୁବୋଧ ରଂଜନ ନାୟକ, ଆଶିଷ୍ କୁମାର ପୃଷ୍ଟି ପ୍ରମୁଖ ଯୋଗଦେଇ ସନାତନ ଧର୍ମର ବୈଦିକ ମହାନ୍ ସଂସ୍କୃତି ଓ ପରମ୍ପରାକୁ ଉଦ୍ଜ୍ଜିବିତ ରଖିବା ପାଇଁ ଆହ୍ୱାନ କରିବା ସହ ସନାତନ ହିନ୍ଦୁ ଧର୍ମର ବିଶିଷ୍ଠ ସନ୍ଥ ଶ୍ରୀ ଶ୍ରୀ ଆଦି ଶଙ୍କରାଚାର୍ଯ୍ୟଙ୍କ ଜୀବାନାଦର୍ଶ ଉପରେ ଆଲୋକପ।।ତ କରିବା ସାଙ୍ଗକୁ ମାତ୍ର ୮ ବର୍ଷ ବୟସରେ ସେ ଚାରି ବେଦ ଅର୍ଥାତ୍ ଋକ୍ ବେଦ, ସାମ ବେଦ, ଯର୍ଦୁ ବେଦ, ଅଥର୍ବ ବେଦ ଜ୍ଞାନପ୍ରାପ୍ତି କରିଥିଲେ ବୋଲି ସୂଚନା ଦେଇଥିଲେ । ସନାତନ ଧର୍ମର ଅନ୍ୟତମ ମହାନ୍ ଦାର୍ଶନିକ, ସନ୍ଥ ଓ ଧର୍ମସୁଧାରକ ଆଦି ଶଙ୍କରାଚାର୍ଯ୍ୟଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିବା ଦେଖିବାକୁ ମିଳିଥିଲା । ଆଦିତ୍ୟ ବାହିନୀ ଆସିକା ଶାଖାର ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ଆଦି ଶଙ୍କରାଚାର୍ଯ୍ୟଙ୍କ ପୂଣ୍ୟ ଜୟନ୍ତୀ ପାଳନ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଆଧ୍ୟାତ୍ମିକପ୍ରେମୀ ଏସ୍.ଅନିଲ୍ କୁମାର ତ୍ପୃଷ୍ଟି, କେ.ଅରବିନ୍ଦ ପାତ୍ର, ଗୁଣ୍ଡିଚା ମହାରଣା, କେ.ମନମୋହନ ସେନାପତି, ଜେ.ଉମାମହେଶ୍ୱର ରାଓ, ଜଗନ୍ନାଥ ପାତ୍ର, ଅଭିମନ୍ୟୁ ସେଠୀ, ହେମନ୍ତ କୁମାର ଗନ୍ତାୟତ, ସନ୍ତୋଷ କୁମାର ମିଶ୍ର, ରାଧାକୃଷ୍ଣ ପାଣିଗ୍ରାହୀ, ଏସ୍.ସୁନିଲ୍ କୁମାର ରାଓ, ଯୋଗେନ୍ଦ୍ରନାଥ ପ୍ରଧାନ, କେ.ପିତାମ୍ବର ସେନାପତିଙ୍କ ସମେତ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ସଚେତନ ନାଗରିକ, ବୁଦ୍ଧିଜୀବୀ, ଶିକ୍ଷାବିତ୍ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା ।


