ଲାୟନ୍ସ କ୍ଳବ ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

ଆସିକା (ୱାଇଏନ୍‍ଏସ୍‍) :ସ୍ଥାନୀୟ ଲାୟନ୍ସ କମ୍ୟୁନିଟି ହଲ୍‍ ପରିସରରେ ବୁଧବାର ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଆସିକା ଲାୟନ୍ସ କ୍ଳବର ସଭାପତି ଲାୟନ୍ସ ପି.ସୁଧାକାର ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ଏହି ସ୍ୱେଚ୍ଛାକୃତ ରକ୍ତଦାନ ଶିବିରର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଲାୟନ୍ସ କ୍ଳବର ୩୨୨ସି-୪ର ଜିଲ୍ଲା ଗଭର୍ଣ୍ଣର୍‍ ଲାୟନ୍ସ ହେମନ୍ତ କୁମାର ଖୁଣ୍ଟିଆ ଏବଂ ଲାୟନ୍ସ କ୍ଳବର ଜିଲ୍ଲା କ୍ୟାବିନେଟ୍‍ ସଂପାଦକ ଲାୟନ୍ସ ଡଃ ବିଜୟ କୁମାର ସାହୁ ପ୍ରମୁଖ ଯୋଗଦେଇ ରକ୍ତଦାନ ଶିବିର ଆୟୋଜନର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି କହିଲେ ଯେ, ଶୁଖିଲା ମୁହଁରେ ହସ ଭରି ଅନ୍ୟକୁ ବଞ୍ଚାଇବା ପାଇଁ ରକ୍ତଦାନ କରିବାକୁ ଆହ୍ୱାନ କରିବା ସହ ଏହି ରକ୍ତଦାନ ମଣିଷର ଜୀବନକୁ ଧନ୍ୟ କରେ ଓ ତାର ପ୍ରାଣକୁ ପୂଣ୍ୟତାରେ ଭରିଥାଏ ବୋଲି ପ୍ରକାଶ କରିଥିଲେ । ଏହି ରକ୍ତଦାନ ଶିବିରରେ ଆସିକା ତଥା ଏହାର ଆଖପାଖ ଅଞ୍ଚଳର ବହୁ ଯୁବପିଢୀ, ସଚେତନ ନାଗରିକ ଆଗ୍ରହର ସହକାରେ ରକ୍ତଦାନ କରିଥିଲା ବେଳେ ଏହି କାର୍ଯ୍ୟକ୍ରମରେ ୨୩ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା ବେଳେ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟ ରକ୍ତଭଣ୍ଡାରର କର୍ମଚାରୀ ଚିତ୍ତରଂଜନ ଖଟୁଆ, ସନ୍ତୋଷ କୁମାର ନାୟକ, ନାରାୟଣ ବେହେରା, ସିମାଞ୍ଚଳ ସେଠୀ ପ୍ରମୁଖ ସହଯୋଗ କରିଥିଲେ । ଆସିକା ଲାୟନ୍ସ କ୍ଳବର ସଭାପତି ପି.ସୁଧାକର ପାତ୍ର, ସଂପାଦକ ପ୍ରିୟବ୍ରତ ମିଶ୍ର, ପୂର୍ବତନ ସଭାପତି ଇ.ଅରୁଣ କୁମାର ପାତ୍ର, ଟି.ତିରୁପତି ପାତ୍ର, କେ.କିଶୋର କୁମାର ସେନାପତି, ବି.ଭି.ଭେଙ୍କଟ ରମଣ ମୁର୍ତ୍ତି, କେ.ସନ୍ତୋଷ କୁମାର ସେନାପତି, ପି.ତ୍ରିପତି ପାତ୍ର, ସୁରେନ୍ଦ୍ରନାଥ ସୁବୁଦ୍ଧି, ପ୍ରମୋଦ ଜେନା, ବସନ୍ତ ଷଡଙ୍ଗୀ, ଇ.ରାଜକିଶୋର ପାତ୍ର, ଏ.ନୀଳାଞ୍ଜଳ ପାତ୍ର, ନିଶ୍ଚିତାନନ୍ଦ ସୁବୁଦ୍ଧି, ପଞ୍ଚାନନ ନାୟକ, ଡି.ଅମରନାଥ ପାତ୍ରଙ୍କ ସମେତ ବହୁ ସଦସ୍ୟ ଏହି ସ୍ୱେଚ୍ଛାକୃତ ରକ୍ତଦାନ ଶିବିରକୁ ପରିଚାଳନା କରିବା ଦିଗରେ ସକ୍ରିୟ ସହଯୋଗ କରି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା ଲାୟନ୍ସ କ୍ଳବ ପକ୍ଷରୁ ବର୍ଷତମାମ ବିଭିନ୍ନ ସମୟରେ ଆୟୋଜନ କରାଯାଉଥିବା ବହୁବିଧ ସେବା ଓ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମକୁ ବିଭିନ୍ନ ମହଲରେ ଉଚ୍ଚ ପ୍ରଶଂସା ଓ ସ୍ୱାଗତ କରାଯାଉଥିବା ଲକ୍ଷ୍ୟ କରାଯାଇଛି । ଆସିକା ଲାୟନ୍ସ କ୍ଳବ ଦୀର୍ଘ ପ୍ରାୟ ୩୫ ବର୍ଷ ଧରି ବର୍ଷର ବିଭିନ୍ନ ସମୟରେ କରିଆସୁଥିବା ମାଗଣା ସ୍ୱାସ୍ଥ୍ୟସେବା ଠାରୁ ଆରମ୍ଭ କରି ରକ୍ତଦାନ ଶିବିର, ପରିବେଶର ସୁରକ୍ଷା ଲାଗି ଚାରାରୋପଣ, ଗରିବ ଗୁରୁବାଙ୍କୁ ଶୀତ ପ୍ରକୋପରୁ ରକ୍ଷା ପାଇବା ପାଇଁ କମଳ ବଣ୍ଟନ ସମେତ ଅନ୍ୟାନ୍ୟ ବହୁବିଧ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ସାଧାରଣରେ ପ୍ରଶଂସାର ପାତ୍ର ପାଲଟିଥିବା ଦେଖିବାକୁ ମିଳୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ