ଶୀତଳ ଭଣ୍ଡାରରେ ଫିସିଂ ହାର୍ବର ଫାଇଲ
କାକଟପୁର/ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ): ୧୯୫୭ ରୁ ୨୦୨୬ ପର୍ଯ୍ୟନ୍ତ ୬୯ ବର୍ଷ ହେଲା। କଂଗ୍ରେସ, ସିପିଆଇ, ଜନତା ପାର୍ଟି, ବିଜେଡି – ସମସ୍ତେ ଆସିଲେ, ଗାଦି ଭାଙ୍ଗିଲେ, ପକେଟ୍ ଭର୍ତି କଲେ। ଏହା ଶହ ୨୦୨୪ରେ ସରକାର ପରିବର୍ତ୍ତନ ହେଲା ମଧ୍ୟ।କିନ୍ତୁ ପୁରୀ ଜିଲ୍ଲା କାକଟପୁର ନିର୍ବାଚନ ମଣ୍ଡଳୀ – ଅସ୍ତରଙ୍ଗ, କାକଟପୁର, ଗୋପ, କୋଣାର୍କର ଲୋକଙ୍କ ଭାଗ୍ୟ ସେହି ଅନ୍ଧାରରେ। ଏଠାର ଲୋକ ବଞ୍ଚିଛନ୍ତି ଧାନ, ପାନ, ମୀନ ଉପରେ। ଆଉ ନେତାମାନେ ଏଇ ତିନିଟିକୁ ହିଁ ନିଜର ଏଟିଏମ୍ କରିଦେଇଛନ୍ତି। ଅସ୍ତରଙ୍ଗର ମତ୍ସ୍ୟଜୀବୀ ପିଢି ପରେ ପିଢି ଫିସିଂ ହାର୍ବର ଶୁଣୁଛନ୍ତି। ପ୍ରତି ନିର୍ବାଚନରେ ନେତା ହାତ ଯୋଡନ୍ତି, ଭୋଟ ନେଇ ଦିଲ୍ଲୀ-ଭୁବନେଶ୍ୱର ଚାଲିଯାନ୍ତି। ଫାଇଲ୍ ଧୂଳିରେ ପଡି ରହେ।କୁଜି ନେତା ଆମ ନେତା ବିକାଶ କରିଛନ୍ତି, ଆଉ ଆଗକୁ ହେବ କହି ଲୋକଙ୍କୁ ଭୁଲାନ୍ତି। ସାରା ନିର୍ବାଚନ ମଣ୍ଡଳୀରେ ଗୋଟିଏ ଶୀତଳ ଭଣ୍ଡାର ନାହିଁ। ଚାଷୀ ନିଜ ରକ୍ତ ଝାଳ ଫସଲ ଦାଦନଙ୍କ ପାଖରେ ଅଧା ଦାମରେ ବିକୁଛନ୍ତି । କେନାଲ ଅନେକ ପଂଚାୟତ ସଂଯୋଗ ନଥିବା ବେଳେ ଯେଉଁ ଅଂଚଳରେ ଅଛି କିନ୍ତୁ ପାଣି ନାହିଁ। କାଗଜରେ ହଜାର କୋଟିର ଜଳସେଚନ ଯୋଜନା, ଜମିରେ ଫଟା ମାଟି। ପାନ ଚାଷୀ ସକାଳୁ ବସ୍ତା ପରି ଗାଡ଼ିରେ ଲଦା ହୋଇ ନୟାହାଟ ଦୌଡୁଛନ୍ତି । ଏହା କି ବିକାଶ ନା ଲୁଟ୍ ଏହି ଲୁଟ୍ କୁ ନେଇ ସାମାଜିକ ଗଣଗଣମାଧ୍ୟ୍ୟମ ରେ ମୁହଁ ଖୋଲିଛନ୍ତି ସମାଜସେବୀ ତଥା ପୂର୍ବତନ ସେନା କର୍ମଚାରୀ ବିଦ୍ୟାଧର ନାୟକ। ସେ ସିଧା ସାମାଜିକ ଗଣମାଧ୍ୟମରେ ବିସ୍ଫୋରଣ କରିଛନ୍ତି। ୧୯୫୭ ରୁ ୨୦୨୪ ପର୍ଯ୍ୟନ୍ତ ଯେତେ ବିଧାୟକ ଆସିଲେ, କେଉଁ କାମ କଲେ? ଶିକ୍ଷା ଦେଖନ୍ତୁ। ୧୦୦ଜଣ ଗ୍ରାଜୁଏଟଙ୍କ ମଧ୍ୟରୁ ୭୦ ଜଣ ବେକାର। ଏହା କି ଆପଣଙ୍କ ସଫଳତା, ସେ ନେତା ଓ କୁଜି ନେତାଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ନିର୍ବାଚନ ଆସିଲେ ୫ କୋଟି ଆସେ। ନେତା ୧ କୋଟି ନିଜ ପକେଟରେ ପୁରାନ୍ତି। ବାକି ୪କୋଟିରୁ କୁଜି ନେତାଙ୍କୁ ୧ କୋଟି ଲେଖାଏଁ। ସେମାନେ ୫୦ ଲକ୍ଷ ଜନତାଙ୍କୁ ଫିଙ୍ଗି ବାକି ୫୦ ଲକ୍ଷ ହଜମ କରନ୍ତି। ନିର୍ବାଚନ ପରେ ଜନତା ପୁଣି ସେହି ଭୋକ, ବେକାରୀ। ଆଉ କୁଜି ନେତାଙ୍କ ପାଖରେ ଭୁବନେଶ୍ୱର, କଟକ, କାକଟପୁର, ଅସ୍ତରଙ୍ଗ ରେ ବଡ ବଡ ପ୍ଲଟ୍, ଦାମୀ ଗାଡ଼ି। କେଉଁଠି କାମ କରୁଛ, ଜନତାଙ୍କ ରକ୍ତ ଶୋଷି କରି ଏତେ ସମ୍ପତି, ବିଦ୍ୟାଧର ବାବୁଙ୍କ ଏହି କଥା ହଜାର ହଜାର ଲୋକଙ୍କ ଛାତିରେ ନିଆଁ ଲଗାଇଦେଇଛି। ସେ କହିଛନ୍ତି, ନେତାଙ୍କ ବିକାଶ ହୋଇଛି, ଆପଣଙ୍କର ନୁହେଁ। ଆପଣ ମଦ-ମାଂସ ଓ ୫ଶହ ଟଙ୍କାରେ ନିଜ ୫ବର୍ଷ ବିକି ଦେଉଛନ୍ତି। ସତରେ, କାକଟପୁର ନିର୍ବାଚନ ମଣ୍ଡଳୀରେ ବିକାଶ କେଉଁଠି, ଫିସିଂ ହାର୍ବର ପ୍ରତିଶ୍ରୁତିରେ ମଲା, ଶୀତଳ ଭଣ୍ଡାର ଭାଷଣରେ ମଲା, ଜଳସେଚନ କମିଶନ ରିପୋର୍ଟରେ ମଲା। ବଞ୍ଚିଲା କେବଳ ନେତାଙ୍କ ବ୍ୟାଙ୍କ ବାଲାନ୍ସ ଓ କୁଜି ନେତାଙ୍କ ପ୍ଲଟ୍।ହେ ଭୋଟର, ଆଉ ନିଜ ଆତ୍ମସମ୍ମାନକୁ ୫ଶହ ଟଙ୍କାରେ ନିଲାମ କରନ୍ତୁ ନାହିଁ। ଏଥର ଭୋଟ ଦେବା ଆଗରୁ ନେତାଙ୍କ ପ୍ଲଟ୍ ଓ ଆପଣଙ୍କ ପ୍ଲେଟ୍ ତୁଳନା କରନ୍ତୁ।


