ରେମୁଣା ମନ୍ଦିର ଛକ ନିକଟରେ ଅଟଳ ସ୍ମୃତି ସମ୍ମିଳନୀ ପାଳିତ

ବାଲେଶ୍ବର(ସରାେଜ ପଣ୍ଡା): ରବିବାର ଅପରାହ୍ନ ଚାରି ଘଟିକା ସମୟରେ ରେମୁଣା ମନ୍ଦିର ଛକ ନିକଟରେ ରେମୁଣା ବିଜେପି ପକ୍ଷରୁ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ଅବସରରେ ଏକ ସ୍ମୃତି ସମ୍ମିଳନୀର ଆୟୋଜନ କରାଯାଇଥିଲା। ଜିଲ୍ଲା ସମ୍ପାଦକ ପର୍ଶ୍ୟୁରାମ ପରିଡ଼ାଙ୍କ ସଭାପତିତ୍ବରେ ଆୟୋଜିତ ଏହି ସ୍ମୃତି ସମ୍ମିଳନୀରେ ସରକାରୀ ଉପମୁଖ୍ୟ ସଚେତକ ତଥା ବିଧାୟକ ରେମୁଣା ଗୋବିନ୍ଦ ଚନ୍ଦ୍ର ଦାସ, ଜିଲ୍ଲା ସଭାପତି ଈଶ୍ୱର ଚନ୍ଦ୍ର ବେହେରା, ବାଲେଶ୍ଵର ସାଂସଦଙ୍କ ବ୍ୟକ୍ତିଗତ ସହାୟକ ଚନ୍ଦ୍ରବିନ୍ଦୁ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ସର୍ବ ପ୍ରଥମେ ବାଜପେୟୀଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ଏହା ପରେ ଅତିଥି ମାନେ ନିଜ ନିଜ ଅଭିଭାଷଣ ମାଧ୍ୟମରେ ବାଜପେୟୀଙ୍କ ଜୀବନୀ ଏବଂ ଦେଶ ଭକ୍ତି ଉପସ୍ଥିତ ଲୋକଙ୍କୁ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରେମୁଣା ସାଂସଦ ପ୍ରତିନିଧି ଉମାକାନ୍ତ ପଣ୍ଡା, ମହେଶ୍ୱର ପ୍ରଧାନ, ପୂର୍ବତନ ରେମୁଣା ବ୍ଲକ ଅଧ୍ୟକ୍ଷ ସୁଶାନ୍ତ ପଟ୍ଟନାୟକ, ଜିଲ୍ଲା ଯୁବ ମୋର୍ଚ୍ଚା ଉପସଭାପତି ନାରାୟଣ ମହନ୍ତ, ଜିଲ୍ଲା ସାଧାରଣ ସମ୍ପାଦକ ରବିତ ଦାସ, ମଣ୍ଡଳ ସଭାପତି, ମାୟାଧର ପ୍ରଧାନ, ଉମାକାନ୍ତ ଜେନା, ବିବେକ ବିକାଶ ରାଉତ, ରଘୁନାଥ ପରିଡ଼ା, ମାନସ ମହାନ୍ତି, ପ୍ରଫୁଲ୍ଲ ଦ୍ବିବେଦୀ, ମିନାକ୍ଷୀ ମହାପାତ୍ର, କମଳା ବିନ୍ଧାଣି, ବିପିନ ମାରାଣ୍ଡି, ପ୍ରଦୀପ ଦାସ, ଜୟନ୍ତ ମଣ୍ଡଳ, ଦେବେନ୍ଦ୍ର ମଣ୍ଡଳ, ସମାଜସେବୀ ସରୋଜ କୁମାର ବେହେରା, କୃଷ୍ଣ ଚନ୍ଦ୍ର ସାହା, ସନ୍ୟାସୀ ମହାନ୍ତି, ଚନ୍ଦ୍ରମଣି ମହାପାତ୍ର ଇତ୍ୟାଦି ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ