ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହୁତୁ ହୁତୁ ହୋଇ ଜଳିଗଲା ଧାନକଟା ମେସିନ

ହାଟଡିହି (ଓ୍ବାଇଏନଏସ): ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହୁତୁ ହୁତୁ ହୋଇ ଜଳିଗଲା ଧାନକଟା ମେସିନ। ଏପରିକି ଚାଷ ଜମିର ଧାନ ମଧ୍ୟ ଜଳିଗଲା। ଏପରି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ସୀମାନ୍ତ ହାଟଡିହି ବ୍ଲକ ତୁମ୍ବାବଣୀ ପାଟଣା ଗ୍ରାମରେ। ଗ୍ରାମର ଦୟାନିଧି ମୁଦୁଲି ଙ୍କ ଧାନ କିଆରୀ କାଟିବା ପାଇଁ ନିକଟସ୍ଥ ବନ୍ତ ଅଞ୍ଚଳରୁ ଏକ ଧାନକଟା ମେସିନ ଆଣିଥିଲେ। ଧାନକାଟିବା ସମୟରେ ବିଲ ଉପରେ ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶ ରେ ମେସିନି ଟି ଆସିଯାଇଥିଲା। ଫଳରେ ହଠାତ ହୁତୁ ହୁତୁ ହୋଇ ମେସିନ ଟି ଜଳିଯିବା ସହ ଧାନ କିଆରୀରେ ମଧ୍ୟ ନିଆଁ ଲାଗିଯାଇଥିଲା। ଚାଳକ ଜଣକ ତୁରନ୍ତ ଡେଇଁ ପଡି ନିଜ ଜୀବନ ବଞ୍ଚାଇ ଥିଲେ।  ସଙ୍ଗେ ସଙ୍ଗେ ହାଟଡିହି ଅଗ୍ନିଶମ ବାହିନୀକୁ ଖବର ଦେବା ପରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ