ମାମଲାରେ ସାକ୍ଷୀ ଥିବାରୁ ଯୁବକଙ୍କୁ ହତ୍ୟା ଉଦ୍ୟମ ; ଅଭିଯୁକ୍ତକୁ କୋର୍ଟ ଚାଲାଣ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର) :ଦିଗପହଣ୍ଡି ବ୍ଲକ ବମକେଇ ଗ୍ରାମର ପେସାଦାର ଅପରାଧି ଜୟ ପ୍ରଧାନ ଙ୍କୁ କେ.ନୂଆଗାଁ ଥାନା ଏସ.ଆଇ ଜୟନାଥ ପ୍ରଧାନ ଗୁରୁବାର ଥାନା କେସ ନଂ.୩୧୬/୨୫ ଅନୁଯାୟୀ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।ବୁଧବାର ଦିଗପହଣ୍ଡି ବ୍ଲକ ର ପୂର୍ବତନ ଅଧ୍ୟକ୍ଷ ତଥା ଜିଲ୍ଲା ପରିଷଦ ସଦସ୍ୟ ବିପିନ ଚନ୍ଦ୍ର ପ୍ରଧାନ,  ବିକ୍ରମ ସିଂ ଏବଂ ରାଜ କିଶୋର ମହାନ୍ତି ପ୍ରମୁଖ ସାନ୍ଧ୍ୟ ଭ୍ରମଣରେ ବମକେଇ କଲେଜ ରାସ୍ତାରେ ଯାଉଥିବା ବେଳେ ସନ୍ଧ୍ୟା ପ୍ରାୟ ୫ ଟାରେ ଅଭିଯୁକ୍ତ ଜୟ ଏକ ବାଇକ (ନଂ. ଓଡ଼ି ୦୭ ଏକ୍ୟୁୁ-୭୩୫୪) ରେ ଆସି  ଗ୍ରାମର ବିକ୍ରମ ସିଂ ଙ୍କୁ ରାସ୍ତାରେ ଅଟକାଇ ଆପତ୍ତିଜନକ ଭାଷାରେ ଗାଳି କରି ତୁ ମୋ କେସ ରେ ସାକ୍ଷୀ ଅଛୁ ପରା ତୋତେ ଆଜି ଜୀବନରେ ମାରିଦେବିି କହି ଏକ ଠେଙ୍ଗା  ଆକ୍ରମଣ କରିଥିଲେ। ଠେଙ୍ଗା ମାଡ଼ ରେ ବିକ୍ରମ ଙ୍କ ବାମ ହାତ ରେ ଗଭୀର ଆଘାତ ଲାଗିଥିଲା ।ପରେ ସେ ତାଙ୍କୁ ଖଣ୍ଡା ଆଣି ଜୀବନରେ ମାରିଦେବାକୁ ଧମକ ଦେଇ ପଳାଇଥିଲେ।  ଆହାତ ବିକ୍ରମ ବମକେଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଚିକିତ୍ସା ହେବା ପରେ କେ.ନୂଆଗାଁ ଥାନାରେ ଏତଲା ଦେଇଥିଲେ। ଅଭିଯୁକ୍ତ ଜୟ ଙ୍କ ସହ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଙ୍କ ଗୋଷ୍ଠୀ ମଧ୍ୟରେ ଗତ ୨୦୧୮ ପଞ୍ଚାୟତ ନିର୍ବାଚନ ଠାରୁ ରାଜନୈତିକ ବାଦବିବାଦ ଲାଗିରହିଥିବା ବେଳେ ତାଙ୍କ ନାଁ ରେ ବ୍ରହ୍ମପୁର ବୈଦ୍ୟନାଥପୁର ଥାନା,ଦିଗପହଣ୍ଡି ଥାନା ଓ କେ.ନୂଆଗାଁ ଥାନାରେ ୫ ରୁ ଉର୍ଦ୍ଧ୍ବ ଅପରାଧିକ ମାମଲା ରହିଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି।  ଜୟ ଙ୍କୁ ଗତ ୨୦୧୮ ରେ ପୁଲିସ ଏନକାଉଣ୍ଟର କରିଥିଲେ ବୋଲି ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ