ଗାୟକ ସମ୍ରାଟ ପ୍ରଶାନ୍ତ ନାଥସର୍ମ୍ମାଙ୍କ ସ୍ମୃତିଚାରଣ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ନିଳାଚଳ ନିଖିଳ ଉତ୍କଳ ପାଲାପରିଷଦ ଅବିଭକ୍ତ କଟକ ଜିଲ୍ଲା ପକ୍ଷରୁ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମ ପରିସରରେ ଗୁରୁବାର ଗାୟକ ସମ୍ରାଟ ସ୍ୱର୍ଗତ ପ୍ରଶାନ୍ତ ନାଥଶର୍ମ୍ମାଙ୍କ ସ୍ମୃତିଚାରଣ ସଭା ପାଲା ପରିଷଦର କେନ୍ଦ୍ରାପଡା ଜିଲ୍ଲା ଶାଖା ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି। ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଗାୟକ ଲକ୍ଷ୍ମୀଧର ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟଅତିଥି ଭାବେ ଶିବାନନ୍ଦ ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀ ଯୋଗଦେଇ ସ୍ୱର୍ଗତ ନାଥଶର୍ମ୍ମାଙ୍କ ସ୍ମୃତିଚାରଣ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଅନ୍ୟତମ ଅତିଥି ଭାବେ ପରିଷଦର ରାଜ୍ୟ ସଭାପତି ସିଧାନ୍ତଦର୍ଶୀ ମଦନମୋହନ ବେହେରା, ଉପଦେଷ୍ଟା ପର୍ଶୁରାମ ପଣ୍ଡା, ରାଜ୍ୟ ଟ୍ରଷ୍ଟବୋର୍ଡ ଅଧ୍ୟକ୍ଷ ଯୁଧିଷ୍ଟିର ପରିଡା, ସମ୍ପାଦକ ସୁଦର୍ଶନ ମହାପାତ୍ର, ବରିଷ୍ଠ ଗାୟକ ବାବାଜୀ ଚରଣ ସେନାପତି, ଅବିଭକ୍ତ କଟକ ଓ ଜଗତସିଂହପୁର ଜିଲ୍ଲା ସଭାପତି ଅଭିମନ୍ୟୁ ନାୟକ, ରାଜ୍ୟ ଅର୍ଥ ସମ୍ପାଦକ ସନ୍ତୋଷ ପଟ୍ଟନାୟକ, ରାଜ୍ୟ ସାଧାରଣ ସମ୍ପାଦକ ବସନ୍ତ ରାଉତ, ଅବିଭକ୍ତ କଟକ ଜିଲ୍ଲା ସାଂସ୍କୃତିକ ସମ୍ପାଦକ ଶରତ ଚନ୍ଦ୍ର ତ୍ରିପାଠୀ, ଯାଜପୁର ଜିଲ୍ଲା ସମ୍ପାଦକ ଗୟାଧର ମହାପାତ୍ର, ଶ୍ୟାମସୁନ୍ଦରପୁରର ପ୍ରତାପ ରଥ, କେନ୍ଦ୍ରାପଡା ଜିଲ୍ଲା ସଭାପତି ବସନ୍ତ କୁମାର ବେହେରା, ସମ୍ପାଦକ ବିଶ୍ୱମ୍ଭର ପ୍ରସାଦ ରଣା, ବ୍ୟଙ୍ଗକବି ଶ୍ରୀଧର କୁମାର ମହାନ୍ତି ପ୍ରମୁଖ ଯୋଗଦେଇ ସ୍ୱର୍ଗତ ନାଥଶର୍ମ୍ମାଙ୍କ ସ୍ମୃତିଚାରଣ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ତାଙ୍କର ସୁପୁତ୍ର ଗାୟକଶ୍ରୀ ପ୍ରମୋଦ କୁମାର ନାଥଙ୍କ ତତ୍ୱାବଧାନରେ ଅନୁଷ୍ଠିତ ସଭାରେ ପ୍ରତାପ ରଥ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସନ୍ତୋଷ କୁମାର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ଗାୟକ ପ୍ରଦୀପ ନାୟକ ପାଲା ପରିବେଷଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ