ବୁଢାଭୈରବ ମନ୍ଦିରର ପ୍ରତିଷ୍ଠା ଉତ୍ସବ ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ
ମୁନିଗୁଡା,(ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡା ବ୍ଲକ ଅନ୍ତର୍ଗତ ପାତ୍ରଗୁଡା ଗ୍ରାମରେ ବୁଢାଭୈରବ ନୂତନ ମନ୍ଦିରର ପ୍ରତିଷ୍ଠା ଉତ୍ସବ ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ ପୂଜା ଅନୁଷ୍ଠିତ ହୋଇଯାଇଛି। ପୁରେହିତ ଜଗବନ୍ଧୁ ପଣ୍ଡା ଓ ନିକୁଞ୍ଜ ଶତପଥିଙ୍କ ମିଳିତ ପୌରାହିତ୍ୟରେ ଅନୁଷ୍ଠିତ ଶୁଭଖୁଣ୍ଟି ସ୍ଥାପନ ପୂଜାରେ ପ୍ରଥମେ ବୈଦିକ ରୀତିନୀତି ଅନୁସାରେ କଳସ ସ୍ଥାପନ କରିବା ସହ ସୂର୍ଯ୍ୟ ପୂଜା,ବରୁଣ ପୂଜା,ଅଷ୍ଟାଦଶ ମାତୃମଣ୍ଡଳ ପୂଜା, ବୁଢାଭୈରବ ପୁଜା ଓ ବିଭିନ୍ନ ପୂଜାର୍ଚ୍ଚନା କରାଯାଇଥିଲା l ପରେ ଶୁଭ ପକା ଯାଉଥିବା ଖୁଣ୍ଟିକୁ ହଳଦୀ,ଚନ୍ଦନ,ସିନ୍ଦୁର ଲେପନ କରି ଶେଷରେ ରୀତିନୀତି ଅନୁଯାୟୀ ଶୁଭଖୁଣ୍ଟିକୁ ସ୍ଥାପନ କରି ଆଳତୀ ଓ ପୁଷ୍ପାଞ୍ଜଳି ଦେଇ ପୂଜାର୍ଚ୍ଚନା ପରେ ସମସ୍ତେ ପୂଜା କରାଯାଇଥିବା ଖୁଣ୍ଟିକୁ ସ୍ଥାପନ କରିଥିଲେ। ପୂଜାରେ କର୍ତ୍ତା ଭାବେ କ୍ଷମା ସାଗର ଦାଶ ଓ ଧର୍ମପତ୍ନୀ ସୁନିତା ରାଣୀ କାର୍ଯ୍ୟ ତୁଲାଇଥିଲେ। ଉକ୍ତ ପୂଜା ବେଳେ ମନ୍ଦିର କମିଟିର ଚକ୍ରଧର ଶତପଥି,ଲୋକନାଥ ଶତପଥି,ଜଗଦୀଶ ବେହେରା,ବିପିନ ପଟ୍ଟନାୟକ,ଜଳନ୍ଧର ପ୍ରାଧନୀ, ବିନଦ ସାହୁ,ତ୍ରିନାଥ ହଳଦିଆ, ଵିଜୟ ସାତେଡୁ, ପିତବାସ ପାତ୍ର,ଆତ୍ମାରାମ ସାହୁ ପ୍ରମୁଖଙ୍କ ସମେତ ଗ୍ରାମର ମହିଳା ମାନେ ଅନ୍ୟ ସଦସ୍ୟ ଓ ଗ୍ରାମର ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ। ଆସନ୍ତା ଜୁନ ୧୭,୧୮,୧୯ ତାରିଖ ତିନି ଦିନ ଧରି ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଅଙ୍କୁରା ରୋପଣ,ଗଙ୍ଗା ଆବାହନ,କଳସ ଯାତ୍ରା, ମଣ୍ଡଳକରଣ, ଧ୍ୟାନଦିବସ,ପୂଜାରମ୍ଭ,ସୂର୍ଯ୍ୟ ପୂଜା, ଗୋପୂଜା,ସୌରାଗ୍ନୀ ସ୍ଥାପନ, ବନଜାଗ, ରତ୍ନାମୁଦ, ମହାସ୍ନାନ,ଜୀବନ୍ୟାସ ଶିଖର କଳସ ସ୍ଥାପନ, ମନ୍ଦିର ପ୍ରବେଶ,ପୂର୍ଣ୍ଣାହୁତି, ପୁଷ୍ପାଞ୍ଜଳି ସହ ପ୍ରସାଦ ସେବନ ଆଦି କାର୍ଯ୍ୟକ୍ରମ ରହିଛି ବୋଲି ମନ୍ଦିର ପରିଚାଳନା କମିଟି ତରଫରୁ ସୂଚନା ମିଳିଛି।


