ନିଶାମୁକ୍ତ ଓଡ଼ିଶା ଅଭିଯାନ ସଚେତନତା ସଭା

ଦିଗପହଣ୍ଡି,(ଅଳକ ନାଥ ମିଶ୍ର): କେ.ନୂଆଗାଁ ଥାନା ଆମ ପୋଲିସ ସମିତି ପକ୍ଷରୁ  ନିଶାମୁକ୍ତ ଓଡ଼ିଶା ଅଭିଯାନ ଆନୁକୁଲ୍ୟରେ ଚିକିଟିଗଡ଼ ରାଜକବି ହାଇସ୍କୁଲ ପରିସରରେ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ପ୍ରଧାନଶିକ୍ଷକ ତ୍ରିପତି ପ୍ରଧାନଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ଚିକିଟି ଫାଣ୍ଡି ଅଧିକାରୀ ଏସ.ଆଇ ଗୌତମ ସାହୁ ଯୋଗଦେଇ ଆମ ସଂକଳ୍ପ ନିଶା ନୁହେଁ ଜୀବନ’ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଛାତ୍ର ବୃନ୍ଦ ବିଶେଷ କରି ଯୁବ ସମାଜକୁ ନିଶାଦ୍ରବ୍ୟ ଓ ଅପମିଶ୍ରିତ ମାଦକଦ୍ରବ୍ୟ ସେବନରୁ ଦୂରେଇ ସେମାନଙ୍କୁ ସମାଜର ମୁଖ୍ୟସ୍ରୋତ ରେ ସାମିଲ କରିବା ଏହି ସଚେତନତା ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଫାଣ୍ଡି ଅଧିକାରୀ କହିଥିଲେ । ଅପମିଶ୍ରିତ ନିଶା ସେବନ ଦ୍ଵାରା ଲୋକେ ପଙ୍ଗୁ ହୋଇଯାଆନ୍ତି। ଯୁବ ସମାଜ ନିଶା ସେବନ ଦ୍ଵାରା ସେମାନଙ୍କ ବିକାଶ ଓ ଦେଶର ଅର୍ଥନୀତିରେ ପ୍ରତିକୂଳ ପ୍ରଭାବ ପକାଇଥାଏ।ତେଣୁ ସେମାନେ ନିଶା ସେବନ ଠାରୁ ଦୂରେଇ ରହିବା ଆବଶ୍ୟକ ବୋଲି ସଭାରେ ମତପ୍ରକାଶ ପାଇଥିଲା। ଉପସ୍ଥିତ  ଛାତ୍ର ମାନଙ୍କୁ ଏନେଇ ସଚେତନ କରାଯିବା ପରେ ସେମାନେ ନିଶା ସେବନ ବିରୋଧରେ ଶପଥପାଠ କରିଥିଲେ। ଏହି କାର୍ଯ୍ୟକ୍ରମରେ କେ.ନୂଆଗାଁ ଥାନା ଏସ.ଆଇ ଟୁକୁନା ସ୍ବାଇଁ, ଏଏସଆଇ ସୁବାସ ଚନ୍ଦ୍ର ବାୟକ ଙ୍କ ସମେତ ସହକାରୀ ଶିକ୍ଷକ ଗୌତମ ବେହେରା, ସୁଧିର ପ୍ରଧାନ ଏବଂ ପୋଲିସ କର୍ମଚାରୀ ବୃନ୍ଦ  ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ