ବୈଶାଖ ମେଳା ଅନୁଷ୍ଠିତ

ବୋଡେ଼ନ,(ଡୁଲେଶ୍ୱର ବାଗ):ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଅନ୍ତର୍ଗତ ପାତଲଗଙ୍ଗା ଠାରେ ପବିତ୍ର ବୈଶାଖ ମେଳା ଅନୁଷ୍ଠିତ, ବ୍ୟାପକ ପ୍ରସ୍ତୁତି, ଶ୍ରଦ୍ଧାଳୁଙ୍କ ପାଇଁ ସୁବନ୍ଧୋବସ୍ତ ବ୍ୟବସ୍ଥା କରିଥିବା ବେଳେ ଆଜି ଯାଦବ ସମାଜ ପକ୍ଷ ରୁ ମଧ୍ୟ ପବିତ୍ର ରାଧାକୃଷ୍ଣ ମନ୍ଦିର ପରିସରରେ ସ୍ୱତନ୍ତ୍ର ପୂଜା, ନାମଯଜ୍ଞ, ସଙ୍କୀର୍ତ୍ତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି। ଏହି କାର୍ଯ୍ୟକ୍ରମ ରେ ପୂର୍ବତ୍ତନ ବିଧାୟକ ହିତେଶ କୁମାର ବଗର୍ତ୍ତୀ, ଲମ୍ବୋଦର ନିଆଲ, ବରିଷ୍ଠ ସାମ୍ବାଦିକ ମୋତିଲାଲ ବାଗ, ଜିଲ୍ଲା ସଭାପତି ଭରତ ଲାଲ ରାଉତ, ଜିଲ୍ଲା ସାଧାରଣ ସମ୍ପାଦକ ତ୍ରିନାଥ ପୁଞ୍ଜି, ଲୋକନାଥ ଛତ୍ରିଆ। ଟିକେଶ୍ୱର ନାଗ, ଯୁଧିଷ୍ଠିର ସଗରିଆ, ତ୍ରିଲୋଚନ ନାଗ, ଚଞ୍ଚଳ ସଗରିଆଙ୍କ ସମେତ ବହୁ ଭକ୍ତ ଯୋଗ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ