ଆନ୍ତର୍ଜାତିୟ ଶ୍ରମିକ ଦିବସ ପାଳିତ
ସମ୍ବଲପୁର,(ଲିପନ ନାଏକ): ଆନ୍ତର୍ଜାତିୟ ଶ୍ରମିକ ଦିବସ ତଥା ମେ’ ଦିବସ ଉପଲକ୍ଷେ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଏ ଆଇ ୟୁ ଟି ୟୁ ସି ସହବନ୍ଧିତ ଓଡିଶା ମିଳିତ ନିର୍ମାଣ ଶ୍ରମିକ ସଂଗଠନ ବାମରା ବ୍ଲକ କମିଟି ତରଫରୁ କୁଟାରୀମାଲ ଓ ସର୍ଗିଡ଼ିହି ଠାରେ ଶ୍ରମିକ ସମାବେଶ ଓ ସଭା ଅନୁଷ୍ଠିତ ହୋଇଥିଲା। କୁଟାରୀମାଲ ଠାରେ ନିର୍ମାଣ ଶ୍ରମିକ ଖଗେଶ୍ବର ବିଶ୍ୱାଳଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ପୂର୍ବତନ ସରପଞ୍ଚ ଓ ଚାଷୀ ନେତା ଲକ୍ଷ୍ମୀନାରାୟଣ ଛତ୍ରୀଆ ଶ୍ରମିକ ଦିବସର ପତାକା ଉତ୍ତୋଳନ କରିଥିଲେ। ସରପଞ୍ଚ ତ୍ରିଲିଙ୍ଗ ଛତ୍ରିଆ ମୁଖ୍ୟ ଅତିଥି, ଶ୍ରମିକ ନେତା ଵିଷ୍ଣୁ ପଣ୍ଡା ମୁଖ୍ୟବକ୍ତା ଭାବେ ଯୋଗଦେଇ ଶ୍ରମିକ ଦିବସର ତାତ୍ପର୍ଯ୍ୟ, ଆଜିକାର ଶ୍ରମଜୀବୀ ଜନଗଣଙ୍କ ଉପରେ ହେଉଥିବା ଆତ୍ୟାଚାର, ଶ୍ରମ ଆଇନ ଉଚ୍ଛେଦ ଓ ମାଲିକଙ୍କ ସ୍ୱାର୍ଥରେ ଶ୍ରମ କୋଡ଼ ଲାଗୁ ଇତ୍ୟାଦି ବିଷୟ ଉପରେ ବକ୍ତବ୍ୟ ଉପସ୍ଥାପନ କରି ବଞ୍ଚିବାର ଦାବିରେ ଅକ୍ୟବଦ୍ଧ ଶ୍ରମିକ ଆନ୍ଦୋଳନ ଗଢିତୋଳିବାକୁ ଆହ୍ୱାନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ହରିହର ଟପ୍ପୋ, ବିକ୍ରମ ଟପ୍ପୋ, ଦେବାନନ୍ଦ ବାଗ, ସୁବାସ ମେହେର ପ୍ରମୁଖ ଶ୍ରମିକ ନେତାମାନେ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ। ଏଥିରେ ବହୁ ମହିଳା ଓ ପୁରୁଷ ଶ୍ରମିକ ମାନେ ଯୋଗଦେଇଥିଲେ। ସର୍ବନିମ୍ନ ମଜୁରୀ ବୃଦ୍ଧି, ଶ୍ରମ କୋଡ଼ ବାତିଲ, ଦରଦାମ ନିୟନ୍ତ୍ରଣ ଓ ସମାନ କାମକୁ ସମାନ ମଜୁରୀ, ମନରେଗା ଶ୍ରମିକଙ୍କୁ ବର୍ଷସାରା କାମ ଓ ୬୨୦ ଟଙ୍କା ମଜୁରୀ ପ୍ରଦାନ ପାଇଁ ଦାବୀ କରାଯାଇଛି।


