ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ଗୁଜୁରାଟ ଗସ୍ତ
ବାଲେଶ୍ବର(ସରୋଜ ପଣ୍ଡା): ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଏବେ ଗୁଜୁରାଟ ଗସ୍ତରେ , ଆଜି ଗୁଜୁରାଟ ର ରାଜଧାନୀ ଆହମଦାବାଦରେ ଆୟୋଜିତ ସଂସଦୀୟ ଲୋକ ଉଦ୍ୟୋଗ ସମିତିର ବୈଠକରେ ଏନ୍ ଏଚ ଏ ଆଇ , ପିଏଫସି,ଏବଂ ବିପିଶିଏଲ୍ ର ଅଧିକାରୀମାନଙ୍କ ସହ ଫଳପ୍ରଦ ଆଲୋଚନା କରିଛନ୍ତି ଶ୍ରୀଯୁକ୍ତ ଷଡ଼ଙ୍ଗୀ ଏହି ବୈଠକରେ ଉକ୍ତ ସାର୍ବଜନିକ କ୍ଷେତ୍ରର ଉଦ୍ୟୋଗଗୁଡ଼ିକର କାର୍ଯ୍ୟଦକ୍ଷତା, ସମ୍ମୁଖୀନ ଚ୍ୟାଲେଞ୍ଜ ଏବଂ ଭବିଷ୍ୟତ ପଦକ୍ଷେପ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ଦେଶର ଭିତ୍ତିଭୂମି ବିକାଶକୁ ସୁଦୃଢ଼ କରିବା, କାର୍ଯ୍ୟକ୍ଷମତା ବୃଦ୍ଧି କରିବା ଏବଂ ଜାତୀୟ ସ୍ୱାର୍ଥରେ ସ୍ଥାୟୀ ଓ ସନ୍ତୁଳିତ ବିକାଶକୁ ପ୍ରୋତ୍ସାହନ ଦେବା ଉପରେ ବିଶେଷ ଗୁରୁତ୍ୱାରୋପ କରାଯାଇଥିବା କହିଥିଲେ ସାଂସଦ। ତତ୍ ସହ ସାବରମତୀ ଆଶ୍ରମ ବୁଲି ଦେଖିଥିଲେ ଶ୍ରୀଯୁକ୍ତ ଷଡ଼ଙ୍ଗୀ


