ବନ ବିଭାଗ ତରଫରୁ ସାଇକେଲ ସଚେତନତା ରାଲି
ମୁନିଗୁଡା, (ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡାରେ ବିଶ୍ୱ ସାଇକଲ ଦିବସ ପାଳନ ଅବସରରେ ମୁନିଗୁଡା ବନ ବିଭାଗ ତରଫରୁ ପରିବେଶର ସୁରକ୍ଷା ଓ ଇନ୍ଧନ ବଞ୍ଚାଇବାକୁ ନେଇ ଏକ ସଚେତନତା ସାଇକେଲ ରାଲି ଅନୁଷ୍ଠିତ ହୋଇଯାଇଛି। ମୁନିଗୁଡା ରେଞ୍ଜର ପ୍ରବିଣ କୁମାର ଦାସଙ୍କ ନେତୃତ୍ୱରେ ଫୋରେଷ୍ଟର ପ୍ରମୋଦିନୀ ମାଣ୍ଡାଙ୍ଗୀ ଓ ରୋନିତ କୁମାର ମହାରଣାଙ୍କ ମିଳିତ ମିଳିତ ସଂଯୋଜନାରେ ଉକ୍ତ ସାଇକେଲ ରାଲିଟି ବନ ବିଭାଗ କାର୍ଯ୍ୟାଳୟ ପରିସରରୁ ବାହାରି ମୁନିଗୁଡା ନୂତନ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ଯାଇଥିଲା ସେଠାରୁ ପୁଣି ସହର ପରିକ୍ରମା କରି ପୁଣି ବନ ବିଭାଗ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲା। ଏହି ରାଲି ବେଳେ “ସାଇକେଲ ଚଲାଓ ଇନ୍ଧନ ବଞ୍ଚାଓ,ଗାଡି ଛାଡ଼ନ୍ତୁ ସାଇକେଲ ଧରନ୍ତୁ ପୃଥିବୀକୁ ସୁସ୍ଥ କରନ୍ତୁ,ପରିବେଶ ପ୍ରଦୂଷଣକୁ ବନ୍ଧ କରିବା ଏକ ମାତ୍ର ସମାଧାନର ବାଟ,ଧରିତ୍ରୀ ମା ର ଡାକ ନିଜ ପରିବେଶ ପରିଷ୍କାର ରଖ” ଭଳି ବିଭିନ୍ନ ସ୍ଲୋଗାନ ଦେଇ ସହରରେ ପରିବେଶ ସୁରକ୍ଷା ସହିତ ଇନ୍ଧନ ବା ପେଟ୍ରୋଲ ଓ ଡିଜେଲକୁ କିପରି କମ୍ ବ୍ୟବହାର କରାଯାଇ ପାରିବ ସେନେଇ ବାର୍ତା ଦେବାସହ ସଚେତନତା କରାଯାଇଥିଲା। ଏହି ସଚେତନତା ସାଇକେଲ ରାଲି ବେଳେ ବନ ବିଭାଗର ଫୋରେଷ୍ଟର ପ୍ରମୋଦିନି ମାଣ୍ଡାଙ୍ଗି,ସୁଜାତା ସୁନାମୁଦି,ଦେବଯାନୀ ଶର୍ମା,ବନରଖି ରୋନିତ ମହାରଣା,ଅହଲ୍ୟା ପାତ୍ର,ଭଗତ ରାଙ୍ଗୁଲି,କୁନି କୁସୁଲିଆ,ବିଶ୍ୱଜିତ ମହାରଣା,ସୁରେଣ୍ଟି ଓରାମ,ସୁଦର୍ଶନ ବିଶ୍ୱାଳଙ୍କ ସମେତ ୱାଇଲଡ ଲାଇଫ ସ୍କୱାର୍ଡ ଓ ଅନ୍ୟ ଅଧିକାରୀ,କର୍ମଚାରୀ, ପରିବେଶବିତ ଏବଂ ବହୁ ସଂଖ୍ୟାରେ ସ୍ଥାନୀୟ ଯୁବଗୋଷ୍ଠୀ ମାନେ ଅଂଶ ଗ୍ରହଣ କରିଥିଲେ।


