ବାଇକ ଦୁର୍ଘଟଣା: ଜଣେ ଗୁରୁତର, ଜଣେ ଆହତ

ମୋହନା, (ଓ୍ବାଇଏନଏସ): ଗଜପତି ଜିଲ୍ଲା ମୋହନା ଥାନା ଧାଡିଆମ୍ବ ନିକଟରେ ବାଇକ ଦୁର୍ଘଟଣା ପରେ ବ୍ଲାଷ୍ଟ ହେଲା ମୋବାଇଲ। ଫଳରେ ବାଇକ ରେ ଥିବା ଜଣେ ଗୁରୁତର ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି। ଗୁରୁତର ଜଣକ ହେଲେ ରାଇସିଂ ଗାଁର ଉପେନ୍ଦ୍ର ମଲ୍ଲିକ (33) ଓ ଆହତ ଜଣକ ହେଲେ କର୍ଚ୍ଚବାଡ଼ି ପଞ୍ଚାୟତ ସମିତି ସଭ୍ୟ ଟୁନା ମଲ୍ଲିକ (43)।ଉଭୟ ଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଚିକିତ୍ସା ପାଇଁ ମୋହନା ମେଡିକାଲ ରେ ଭର୍ତ୍ତି କରିଛନ୍ତି । ମିଳିଥିବା ସୂଚନା ପ୍ରକାରେ ଆଜି ଧାଡିଆମ୍ବ ପଞ୍ଚାୟତ ରେ ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣି ଥିଲା । କର୍ଚ୍ଚବାଡ଼ି ସମିତି ସଭ୍ୟ ଟୁନା ଓ ରାଇସିଂ ଗାଁର ଉପେନ୍ଦ୍ର ଗୋଟିଏ ବାଇକ ରେ ଅଭିଯୋଗ ଶୁଣାଣି ରେ ଯୋଗଦେବା ପାଇଁ ଧାଡିଆମ୍ବ ଯାଉଥିଲେ। ତେବେ ରାସ୍ତାରେ ଭlରସାମ୍ୟ ହରାଇ ଉଭୟ ବାଇକ ସହ ପଡିଯାଇଥିଲେ।ତେବେ ଉପେନ୍ଦ୍ର ନିଜ ପକେଟ ରେ ରଖିଥିବା ମୋବାଇଲ ବ୍ଲାଷ୍ଟ ହୋଇଯାଇଛି । ଫଳରେ ଉପେନ୍ଦ୍ର ଗୁରୁତର ଆହତ ହୋଇଛନ୍ତି । ଟୁନା ସାମାନ୍ୟ ଆହତ ହୋଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ