ଗଞ୍ଜେଇ ସହ ବାଇକ ଜବତ: ୨ ଅଭିଯୁକ୍ତ ଗଲେ ଜେଲ
ଦିଗପହଣ୍ଡି (ଅଳକ ନାଥ ମିଶ୍ର) ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗାଁ ଛକ ନିକଟରୁ ଗୁରୁବାର ପୂର୍ବାହ୍ନ ସାଢେ ୯ ଟାରେ ଅବକାରୀ କର୍ମଚାରୀ ବୃନ୍ଦ ୨ ଜଣ ଯୁବକଙ୍କ ନିକଟରୁ ୯ କେଜି ୪ ଶହ ଗ୍ରାମ ଗଞ୍ଜେଇ ଜବତ କରିଛନ୍ତି। ଅଭିଯୁକ୍ତ ଦ୍ୱୟ ହେଲେ ଗଜପତି ଜିଲା ମୋହନା ଥାନା ଚଣ୍ଡିପଦା ଗ୍ରାମର ସୀମାଦ୍ରି ବୀର (୪୯) ଏବଂ ଅଡବା ଥାନା କପିଳ ବିରୋ(୩୪)। ଗଜପତି ଜିଲା ମୋହନା ରୁ ଉଭୟେ କଳା ରଙ୍ଗର ହୋଣ୍ଡା ୟୁନିକର୍ଣ୍ଣ ବାଇକ (ନଂ. ଓଡ଼ି୦୭-୫୦୮୩) ଯୋଗେ ଗଞ୍ଜେଇ ନେଇ ବ୍ରହ୍ମପୁର ଯାଉଥିବା ବେଳେ ଗୋକର୍ଣ୍ଣପୁର ଗ୍ରାମରେ ପାଟ୍ରୋଲିଂ କରୁଥିବା ଦିଗପହଣ୍ଡି ଅବକାରୀ ଥାନା ଓଆଇସି ସସ୍ମିତା ମଲ୍ଲିକ, ଏଏସଆଇ ଏନ୍. ତ୍ରିପତି, କନେଷ୍ଟବଳ ଆଲଫଲତା ସାହୁ, ବଳରାମ ପାତ୍ର , ରାଜେଶ ଜେନା, ସେକ୍. ରାଜେଶ୍ ଉଦ୍ଦିନ ପ୍ରମୁଖ ବ୍ରହ୍ମପୁର ଅଭିମୁଖେ ଦୃତ ଗତି ରେ ଯାଉଥିବା ବାଇକ କୁ ଅଟକାଇ ଖାନ ତଲାସି କରିବାରୁ ସେଥିରେ ଗଞ୍ଜେଇ ଥିବା ଜଣାପଡିଥିଲା। ଅଭିଯୁକ୍ତ ଦ୍ବୟ ଙ୍କୁ ଘଟଣାସ୍ଥଳରେ ଓଆଇସି ଗିରଫ କରିଥିଲେ। ବାଇକ ଓ ଗଞ୍ଜେଇ ବସ୍ତା ସହ ଉଭୟଙ୍କୁ ଦିଗପହଣ୍ଡି ଅବକାରୀ ଥାନାକୁ ଅଣାଯାଇଥିଲା। ଉଭୟେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ସ୍ବୀକାର କରିଥିଲେ। ପରେ ମାମଲା ନଂ.୧୨୨/୨୬-୨୭ ଅନୁଯାୟୀ ଉଭୟଙ୍କୁ ବ୍ରହ୍ମପୁର ଜିଲା ଜଜ କୋର୍ଟ କୁ ଚାଲାଣ କରାଯାଇଥିଲା।ଜାମିନ ଆବେଦନ ନାମଞ୍ଜୁର ହେବାରୁ ଉଭୟଙ୍କୁ ବ୍ରହ୍ମପୁର ଜେଲ ହାଜତକୁ ପଠାଇ ଦିଆଯାଇଛି। ଅଭିଯୁକ୍ତ ଦ୍ବୟ ଙ୍କ ନିକଟରୁ ବାଇକ,ଗଞ୍ଜେଇ ଓ ମୋବାଇଲ ଫୋନ ଜବତ କରାଯାଇଥିବା ଅବକାରୀ ଓଆଇସି ଜଣାଇଛନ୍ତି।


