ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ

ବାଲେଶ୍ୱର, (ସରୋଜ ପଣ୍ଡା): ଅବସରପ୍ରାପ୍ତ ରାଜ୍ୟ ସରକାରୀ ସଂଘ, ବାଲେଶ୍ୱର କାର୍ଯ୍ୟାଳୟରେ ଆଜି ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୯ତମ ଜୟନ୍ତୀ ପାଳିତ ହୋଇଯାଇଛି। ସଂଘ ସଭାପତି ଇଂ. ବନମାଳୀ ନାୟକଙ୍କ ପରିଚାଳିତ ଏହି କାର୍ଯ୍ୟକ୍ରମରେ ସଂଘର କର୍ମକର୍ତ୍ତା ଓ ସଦସ୍ୟ ସଦସ୍ୟାମାନେ ଉତ୍କଳମଣିଙ୍କ ଫଟୋଚିତ୍ରରେ ପୁଷ୍ପାର୍ଘ୍ୟ ପ୍ରଦାନ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। କାର୍ଯ୍ୟକାରୀ ସଭାପତି ଗୌରାଙ୍ଗ ସାହୁ, ଉପସଭାପତି ଦେବେନ୍ଦ୍ର ଚୌଧୁରୀ, ଉପଦେଷ୍ଟା ଜ୍ଞାନେନ୍ଦ୍ର ସାହୁ, ଗୌରପ୍ରିୟ ମିଶ୍ର, ସଦସ୍ୟ ଶଚି ମାଝୀ ପ୍ରମୁଖ ସେମାନଙ୍କ ବକ୍ତବ୍ୟରେ ବହୁମୁଖି ବ୍ୟକ୍ତିତ୍ୱର ଅଧିକାରୀ ପଣ୍ଡିତ ଗୋପବନ୍ଧୁ ଦାସଙ୍କୁ ସ୍ୱାଧୀନତା ସଂଗ୍ରାମୀ, ଉତ୍ସର୍ଗୀକୃତ ଦେଶଭକ୍ତ, ସମାଜ ସଂସ୍କାରକ, ନବଉତ୍କଳ ଗଠନର ବିନ୍ଧାଣୀ, ଶିକ୍ଷାବିତ୍‌, ଦକ୍ଷ ବିଧାୟକ, କବି ଭାବେ ସ୍ମରଣ କରି ତାଙ୍କର ତ୍ୟାଗପୂତ ଜୀବନ କିପରି ଉତ୍କଳବାସୀଙ୍କ ପାଇଁ ସମର୍ପିତ ଥିଲା ତା’ର ଅବତାରଣା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଜୟ ନାୟକ, ପ୍ରଭାତୀ ସେଠୀ, ରାମଚନ୍ଦ୍ର ସେଠୀ, ଶଶାଙ୍କ ଦତ୍ତ, ଅନୁପ ଆଚାର୍ଯ୍ୟ, ବୀରେନ୍ଦ୍ର ମହନ୍ତ, ବନଲତା ଦାସ, ଜ୍ୟୋତ୍ସ୍ନା ରାୟ, ଯୁଧିଷ୍ଠିର ନନ୍ଦ, କେଶବ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ସାଧାରଣ ସମ୍ପାଦକ ଦାମୋଦର ନାୟକ ଶେଷ କଥା ରଖିବା ସହିତ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ