ବିଜେଡି ପକ୍ଷରୁ ବିଜୁବାବୁଙ୍କ ତିରୋଧାନ ଦିବସ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ବିଜୁ ଜନତା ଦଳ ପକ୍ଷରୁ ସ୍ଥାନୀୟ ପୁଞ୍ଜିକୟା ଛକ ସ୍ଥିତ କବିସୂର୍ଯ୍ୟ ବଳଦେବ ରଥ କଲ୍ୟାଣ ମଣ୍ଡପ ପରିସରରେ ମହାନ ଜନନାୟକ ତଥା ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ୨୯ ତମ ତିରୋଧାନ ଦିବସ ଶୁକ୍ରବାର ପାଳିତ ହୋଇଯାଇଛି । ବ୍ଳକ ବିଜେଡି ସଭାପତି କେ. ତାରେକେଶ୍ଵର ଦୋରା ଏବଂ ନଗର ବିଜେଡି ସଭାପତି ତାରାପ୍ରସାଦ ପଟ୍ଟନାୟକଙ୍କ ମିଳିତ ସଭାପତିତ୍ବ ରେ ଆୟୋଜିତ ସଭାରେ  ସିଏଚ୍ . ସିମାଦ୍ରୀ ଓ ଗଣେଶ ରେଡ୍ଡୀଙ୍କ ସଂଯୋଜନାରେ ଦଳୀୟ କର୍ମୀମାନେ ଏକତ୍ରିତ ହୋଇ ପ୍ରଥମେ ପୁଞ୍ଜିକଂୟା ଛକଠାରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହାପରେ ଆୟୋଜିତ ସଭାରେ ପୂର୍ବତନ ଏନ୍ଏସି ଅଧ୍ୟକ୍ଷ  ହୃଦୟ ରଞ୍ଜନ ମେକାପ ,ଭି.ରବିନାରାୟଣ ରାଜୁ,  ଯୁବ ବିଜେଡ଼ି ର ପୂର୍ବତନ ଜିଲ୍ଲା ସଭାପତି ଭବାନୀ କାନ୍ତ ସାହୁ , ପୂର୍ବତନ କାଉନସିଲର ନିରୂପମା ପଟ୍ଟନାୟକ ,  ବିଜେଡି ବ୍ଲକ ମହିଳା ସଭାନେତ୍ରୀ ଉମା ମହେଶ୍ୱରୀ ସେଠୀ , ନଗର  ସଭାନେତ୍ରୀ ଅନୀତା ବେହେରା , କାଉନସିଲର ନୀଳମାଧବ ଗୈାଡ , ସୁଶାନ୍ତ କୁମାର ପାତ୍ର , ଜ୍ୟୋସ୍ନା ଜେନା , ପ୍ରହଲ୍ଲାଦ ଭୂୟାଁ , ପୂର୍ବତନ କାଉନସିଲର ମାଗୀ ସେଠୀ , ଜଗନ୍ନାଥ ପ୍ରଧାନ , ବିକାଶ ମଣ୍ଡଳ , ଜିଲା ପରିଷଦ ସଦସ୍ୟ ରାଧାକାନ୍ତ ମହାଙ୍କୁଡ , ନୀଳକଣ୍ଠ ପଟ୍ଟନାୟକ , ବିପ୍ଳବ ମିଶ୍ର , ପିଙ୍କୁ ଘଡେଇ , ଶୁଭଲକ୍ଷ୍ମୀ ପଟ୍ଟନାୟକ , ମନୋଜ ପଟ୍ଟନାୟକ , ନିଗମ ପଣ୍ଡା , ରମେଶ ପାତ୍ର , ରମେଶ ଚନ୍ଦ୍ର ଜେନା , ପ୍ରଶାନ୍ତ ପାଣିଗ୍ରାହୀ ଙ୍କ ସମେତ ଶତାଧିକ କର୍ମୀ ଉପସ୍ଥିତ ରହି ବିଜୁବାବୁଙ୍କ ସ୍ମୃତି ଚାରଣ କରିବା ସହ ବିଜୁବାବୁଙ୍କ ଦେଶପ୍ରେମ ଏବଂ ଓଡ଼ିଶାର ବିକାଶରେ ତାଙ୍କରି ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ