କୋଦଳା କଲେଜରେ ବସିଜେଡିର କ୍ଲିନ୍ ସୁଇପ

କୋଦଳା,(ବାପୁନି କୁମାର ମାଲୁ): କୋଦଳାସ୍ଥିତ ଲକ୍ଷ୍ମୀ ନାରାୟଣ ଡିଗ୍ରୀ ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନରେ ବିଜୁ ଛାତ୍ର ଜନତା ଦଳର ବଡ଼ ବାଜିମାତ୍। ସଭାପତି ପଦଠାରୁ ଆରମ୍ଭ କରି ସମସ୍ତ ପଦବୀରେ ବିଜୟ ହାସଲ କରି ଦଳ ନିଜର ଦବଦବା ଜାହିର କରିଛି। ସମସ୍ତ ପ୍ରାର୍ଥୀଙ୍କ ବିଜୟ ସହ କଲେଜରେ ବସିଜେଡି କରିଛି କ୍ଲିନ୍ ସୁଇପ୍।ଏହି ନିର୍ବାଚନରେ ସଭାପତି ଭାବେ ସନ୍ତୋଷ କୁମାର ଗୌଡ଼, ଉପସଭାପତି ଭାବେ ଆଲୋକ କୁମାର ପଲେଇ, ସାଧାରଣ ସମ୍ପାଦକ ଭାବେ ନନ୍ଦନ ଭୂୟାଁ ଏବଂ ସହ ସମ୍ପାଦକ ଭାବେ ଲକ୍ଷ୍ମୀ ନାୟକ ବିଜୟୀ ହୋଇଛନ୍ତି। ସେହିପରି କଳା ସମ୍ପାଦକ ଭାବେ ଶୁଭଶ୍ରୀ ବେହେରା, କଳା ସହ ସମ୍ପାଦକ ଭାବେ ପ୍ରଜ୍ଞା ପ୍ରିୟଦର୍ଶିନୀ ପାଢ଼ୀ, କ୍ରୀଡ଼ା ସମ୍ପାଦକ ଭାବେ ଓମ୍ ପ୍ରକାଶ ସାହୁ ଏବଂ କ୍ରୀଡ଼ା ସହ ସମ୍ପାଦକ ଭାବେ ସ୍ମୃତି ପ୍ରଧାନ ବିଜୟୀ ହୋଇଛନ୍ତି। ସମସ୍ତ ପଦବୀ ହାତେଇ ବସିଜେଡି ନିର୍ବାଚନୀ ମଇଦାନରେ ନିଜର ଶକ୍ତି ପ୍ରଦର୍ଶନ କରିଛି। ଏହି ଫଳାଫଳ ଦଳୀୟ ସମର୍ଥକଙ୍କ ମଧ୍ୟରେ ଉତ୍ସାହ ଭରିଦେଇଥିବା ବେଳେ କୋଦଳା କଲେଜ ଛାତ୍ର ରାଜନୀତିରେ ଏହି ବିଜୟ ଚର୍ଚ୍ଚାର ବିଷୟ ପାଲଟିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ