ବିଜେଡିର ପ୍ରତିଷ୍ଠା ଦିବସ ପାଳିତ: ଯୋଗ ଦେଲେ ୩ ହଜାରରୁ ଉର୍ଦ୍ଧ୍ୱ ପୁରୁଷ ଓ ମହିଳା କର୍ମୀ

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ସଦର ମହକୁମାସ୍ଥିତ ଡିଗୀ ପୋଖରୀ ଠାରେ ବିଜୁ ଜନତା ଦଳର ୨୯ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ବ୍ଲକ ବିଜେଡି ସମ୍ପାଦକ ସୁବାଷ ଦାସଙ୍କ ମଞ୍ଚ ସଂଯୋଜନାରେ ଅନୁଷ୍ଠିତ ଉତ୍ସବରେ ବିଜେଡିର ବରିଷ୍ଠ ନେତା ତଥା ଆଳି ବିଧାୟକ ପ୍ରତାପ କେଶରୀ ଦେବ, ଭଣ୍ଡାରିପୋଖରୀ ବିଧାୟକ ସଞ୍ଜୀ କୁମାର ମଲ୍ଲିକ, ଜିଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ ଜେନା, ବନ୍ତ ବ୍ଲକ ଉପାଧ୍ୟକ୍ଷା ପ୍ରଗତିବାଳା ସ୍ୱାଇଁ, ଭଣ୍ଡାରିପୋଖରୀ ବିଧାୟକଙ୍କ ବନ୍ତ ବ୍ଲକ ପ୍ରତିନିଧି ସ୍ମୃତି ରଞ୍ଜନ ସ୍ୱାଇଁ, ବନ୍ତ ବ୍ଲକ ବିଜେଡି ସଭାପତି ଲକ୍ଷ୍ମୀକାନ୍ତ ମହାନ୍ତି, ଭଣ୍ଡାରିପୋଖରୀ ବ୍ଲକ ବିଜେଡି ସଭାପତି ଲକ୍ଷ୍ମୀଧର ସାହୁ, ବ୍ଲକ ଯୁବ ବିଜେଡି ସଭାପତି ସତ୍ୟ ସାଧନ ବେଜ, ଜିଲା ପରିଷଦ ସଭ୍ୟା ରୁନିତା ଦାସ, ଛାତ୍ର ବିଜେଡି ସଭାପତି ଦୀପ୍ତୀସୂର୍ଯ୍ୟ ବିଶ୍ୱାଳ, ଭଣ୍ଡାରିପୋଖରୀ ଜିଲା ପରିଷଦ ସଭ୍ୟ ଉତ୍କଳ କେଶରୀ ମହାନ୍ତି, ଭଣ୍ଡାରିପୋଖରୀ ଯୁବ ସଭାପତି ଲଳିତ କୁମାର ରାଉତ ପ୍ରମୁଖ ଯୋଗ ଦେଇ ଡବଲ ଇଞ୍ଜିନ ସରକାର ଡବଲ ଧୋକା ଦେଇଛି । ମିଥ୍ୟା ପ୍ରତିଶୃତି ଦେଇ ଲୋକ ମାନଙ୍କ ସହିତ ପ୍ରତାରଣା କରିଛି । ରାଜ୍ୟରେ ମହିଳା ମାନେ ଆଜି ସୁରକ୍ଷିତ ନୁହନ୍ତି । ଦୁଷ୍କର୍ମ, ହତ୍ୟା, ବ୍ୟାଭିଚାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଦରଦାମ ବୃଦ୍ଧି ଯୋଗୁ ସାଧାରଣ ଲୋକେ ଅତିଷ୍ଠ ହୋଇପଡିଛନ୍ତି । ଏହାକୁ ରୋକିବାରେ ବିଜେପି ସରକାର ସଂପୂର୍ଣ୍ଣ ବିଫଳ ହୋଇଛି । ନବୀନ ପଟ୍ଟନାୟକ ୨୪ ବର୍ଷ ଶାସନ କରି ସାରା ଦେଶରେ ୧ନଂ. ମୁଖ୍ୟମନ୍ତ୍ରୀ ହୋଇପାରିଥିଲେ । ଏହି ପ୍ରତିଷ୍ଠା ଦିବସରେ ଆମେ ସଂକଳ୍ପ ନେବା, ବିଜୁ ବାବୁଙ୍କ ସ୍ୱପ୍ନକୁ ସାକାର କରିବା ଏବଂ ନବୀନ ବାବୁଙ୍କ ହାତ ମୁଠାକୁ ଟାଣ କରିବା ବୋଲି ନେତୃତ୍ୱ ମାନେ କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ସଭାପତି ବିପିନ ନାୟକ, ବଡମହିଷଗୋଠ ସରପଞ୍ଚ ବିନୋଦିନୀ ମହାନ୍ତି, ପୁରୁଷଣ୍ଢ ସରପଞ୍ଚ ପ୍ରକାଶ ବିଶ୍ୱାଳ, ମହାନ୍ତିପଡା ସରପଞ୍ଚ ନିହାର ରଞ୍ଜନ ପଣ୍ଡା, ଓଡଙ୍ଗ ସମିତି ସଭ୍ୟ ଇଂ.ରଜନୀ ଜେନା, ପୂର୍ବତନ ସରପଞ୍ଚଜୟନ୍ତ ସାମଲ, ରଞ୍ଜନ କୁମାର ସାହୁ, ପ୍ରଶାନ୍ତ ସାମଲ, ପୂର୍ବତନ ସମିତି ସଭ୍ୟ ବିଜୟ ଖଟୁଆ, ବରିଷ୍ଠ ନେତା ରବିନ୍ଦ୍ର ଦାସଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ଥିଲେ । ଭଣ୍ଡାରିପୋଖରୀ ବିଧାୟକଙ୍କ ଜିଲା ପ୍ରତିନିଧି ପ୍ରଶାନ୍ତ ଦାଶ ସ୍ୱାଗତ ଭାଷଣ ଓ ରାଜ୍ୟ ଯୁବ ବିଜେଡି ସମ୍ପାଦକ ଚିନ୍ମୟ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଆଲୋକ ରାଉତ, ଅକ୍ଷୟ ଦାସ, ସଞ୍ଜୀବ ଦାସ, ଶକ୍ତିଧର ରାଉତ, ଗଣନାଥ ବେହେରାଙ୍କ ସମେତ ଅନ୍ୟ ମାନେ ସହଯୋଗ କରିଥିଲେ । ଏଥିରେ ବନ୍ତ ଓ ଭଣ୍ଡାରିପୋଖରୀ ବ୍ଲକ ଅଧିନ ୪୮ ପଞ୍ଚାୟତର ଜନପ୍ରତିନିଧି, ଦଳର ପଞ୍ଚାୟତ ସଭାପତି, ବରିଷ୍ଠ ନେତୃତ୍ୱଙ୍କ ସମେତ ୩ ହଜାରରୁ ଉର୍ଦ୍ଧ୍ୱ ଯୁବ, ଛାତ୍ର ଓ ପୁରୁଷ ଏବଂ ମହିଳା କର୍ମୀ ମାନେ ଯୋଗ ଦେଇଥିବା ଦେଖାଯାଇଥିଲା । ଅପରାହ୍ନ ସମୟରେ ରାଜ୍ୟ ରାଜପଥର ବନ୍ତ ଥାନା ଛକ ଠାରେ ପ୍ରବଳ ଯାନାବାହନ ଭିଡ ଦେଖିବାକୁ ମିଳିଥିôଲା । ବିଭିନ୍ନ ପଞ୍ଚାୟତରୁ ଆସୁଥିବା ଦଳୀୟ ଗାଡି ଗୁଡିକୁ ପୋଲିସ ପକ୍ଷରୁ ଥାନା ଛକ ଠାରୁ ନିୟନ୍ତ୍ରଣ କରାଯାଇ ହାଟ ରାସ୍ତା ଆଡକୁ ଛଡାଯାଉଥିବା ଦେଖାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ