ଅବ୍ୟବସ୍ଥା ଭିତରେ ବିଜେପିର ଅକ୍ଷୟ ତୃତୀୟ ପାଳନ

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ନିଳୋକ ପଞ୍ଚାୟତ ଦୋଳପଦୀ ଆଦିବାସୀ ଠାରେ ଅବ୍ୟବସ୍ଥା ଭିତରେ ବିଜେପିର ଅକ୍ଷୟ ତୃତୀୟା ଓ ସମରସତ୍ତା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ନାନାଦି ସମସ୍ୟା ପରିଲକ୍ଷିତ ହୋଇଥିଲା । ବହୁ ଦଳୀୟ କର୍ମୀ ଏଥିରେ ଅନୁପସ୍ଥିତ ଥିବା ଦେଖାଯାଇଥିଲା । ରାଜ୍ୟରେ ବିଜେପି ସରକାର ଗଠନ ପର ଠାରୁ ବନ୍ତ ବ୍ଲକରେ ସାଙ୍ଗଠନିକ ଦୁର୍ବଳତା ପରିଲକ୍ଷିତ ହେଉଛି । ବିଶେଷକରି ପୁରୁଣା କର୍ମୀ ମାନଙ୍କୁ ଅଣଦେଖା କରାଯାଉଛି । କୌଣସି ଦଳୀୟ କାର୍ଯ୍ୟକ୍ରମ ସମ୍ପର୍କରେ ସେମାନଙ୍କୁ ସୂଚନା ଦିଆଯାଉନଥିବା ଅଭିଯୋଗ ହେଉଛି । ବହୁ କର୍ମୀ ନିଜର ଅସନ୍ତୋଷ ପ୍ରକାଶ କରି ଉପରିସ୍ଥ ନେତୃତ୍ୱ ମାନଙ୍କୁ ଏସମ୍ପର୍କରେ ଅବଗତ କରୁଥିବା ଜଣାଯାଇଛି । ଆଜିର ଏହି କାର୍ଯ୍ୟକ୍ରମରେ ହାତ ଗଣତି କେତେ ଜଣ କର୍ମୀଙ୍କୁ ଛାଡି ଦେଲେ ପୁରୁଣା କର୍ମୀ ମାନେ ଅନୁପସ୍ଥିତ ଥିବାର ଦେଖାଯାଇଥିଲା । ତେବେ ଦଳର ଭିତର ଗୁମରକୁ ଚାପି ପଞ୍ଚାୟତ ଓ ବ୍ଲକ ସ୍ତରୀୟ କିଛି ନେତୃତ୍ୱ କାମ ଚଳା ଭାବେ ଅକ୍ଷୟ ତୃତୀୟ କାର୍ଯ୍ୟକ୍ରମକୁ ପାଳନ କରିଥିବା ଦେଖାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ