ମୋଟର ପମ୍ପ ଚୋରି ମାମଲାରେ ଅଭିଯୁକ୍ତ ଗିରଫ

ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ପୋଲିସ ଏକ ମୋଟର ପମ୍ପ ଚୋରି ମାମଲାରେ ଜଣେ ଅଭିଯୁକ୍ତକୁ ବୁଧବାର ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ହେଲେ ଆଗରପଡ଼ା ଥାନା ଅଧିନ ଧୋବାଗଡ଼ିଆ ଗ୍ରାମର ଗଣେଶ ସାହୁଙ୍କ ପୁଅ ମାଧ ଓରଫ ରାଧାକାନ୍ତ ସାହୁ (୨୪) ବୋଲି ପୋଲିସ ସୂତ୍ରରୁ ଜଣାଯାଇଛି । ସୂଚନା ଅନୁଯାୟୀ, ଗତ ୧୬ ଏପ୍ରିଲ ୨୦୨୫ ରାତି ପ୍ରାୟ ୧୦ଟା ୩୦ ସମୟରେ ଓଡ଼ଙ୍ଗ ଗ୍ରାମର ପନିପରିବା ଚାଷ ଜମିରେ ଜଳସେଚନ ପାଇଁ ବ୍ୟବହୃତ ଏକ ମୋଟର ପମ୍ପ ଚୋରି ହୋଇଥିଲା। ଘଟଣାଟି ସିସିଟିଭି ଫୁଟେଜରେ କଏଦ ହୋଇଥିଲା। ଏନେଇ ସେତେବେଳେ ଓଡ଼ଙ୍ଗ ଗ୍ରାମର ରମାକାନ୍ତ ପଢିଆରୀ ଥାନାରେ ଅଭିଯୋଗ କରିଵା ପରେ ବନ୍ତ ପୋଲିସ ୭୭/୨୫ ମୂଳେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ସମୟରେ ପୁଲିସ ଅଭିଯୁକ୍ତଙ୍କ ନିକଟରୁ ଚୋରି ହୋଇଥିବା ମୋଟର ପମ୍ପ ଉଦ୍ଧାର କରି ସାକ୍ଷୀଙ୍କ ଉପସ୍ଥିତିରେ ଜବତ କରିଥିଲା। ତଦନ୍ତରୁ ଏହି ଚୋରି ଘଟଣାରେ ଅଭିଯୁକ୍ତଙ୍କ ସହ ଅନ୍ୟ ଜଣଙ୍କ ସମ୍ପୃକ୍ତି ଥିବା ମଧ୍ୟ ପୁଲିସ ଜାଣିବାକୁ ପାଇଛି। ନିର୍ଦ୍ଧାରିତ ଗିରଫଦାରୀ ଔପଚାରିକତା ପାଳନ କରିଵା ପରେ ବୁଧବାର ପ୍ରାତଃ ସମୟରେ ପୋଲିସ ଅଭିଯୁକ୍ତ ରାଧାକାନ୍ତ ସାହୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏନେଇ ଅଧିକ ତଦନ୍ତ ଜାରି ରହିଥିବା ଥାନାଧିକାରୀ ସୁପ୍ରକାଶ ମହାନ୍ତି ସୂଚନା ଦେଇଛନ୍ତି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ