ପଞ୍ଚାୟତ ନିର୍ବାଚନ ସଫଳତା ପାଇଁ ପ୍ରସ୍ତୁତ ହେଲା ବ୍ଲୁ ପ୍ରିଣ୍ଟ

କାକଟପୁର /ଅସ୍ତରଙ୍ଗ :(ଶୁଭାଶିଷ ଖଣ୍ଡୁଆଳ ): ୨୦୨୪ସାଧାରଣ ନିର୍ବାଚନରେ ବିଜେପି ବାଜିମାତ କରିବା ସହିତ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଂଚଳରେ ଉର୍ନ୍ନତି ମୂଳକ କାର୍ଯ୍ୟପାଈଁ ବିଭିନ୍ନ ପଂଚାୟତ ରେ ଭୋଟର ଙ୍କ ମନ ଜିଣିଛନ୍ତି। ଆଗକୁ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ଥିବାରୁ ଦଳ କେମିତି ସେଥିରେ ସଫଳ ହେବ ସେ ନେଇ ପ୍ରସ୍ତୁତ ହୋଇଛି ପୁରୀ ଜିଲ୍ଲା ଅସ୍ତରଙ୍ଗ ବିଜେପି ମଣ୍ଡଳ ଜୋନ ଏକ ସଭାପତି ଇନ୍ଦ୍ରମଣୀ ଜେନା ଙ୍କ ସଭାପତିତ୍ବ ରେ ଗଙ୍ଗାଦେବୀ ନିକଟରେ ଏକ ବିଶାଳ କାର୍ଯ୍ୟକର୍ତ୍ତା ବୈଠକ ସହ ମିଶ୍ରଣ ପର୍ବ। ଅତିଥି ଭାବେ ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ବାଇଧର ମଲ୍ଲିକ, ଜଗତସିଂହପୁର ସାଂସଦଙ୍କ ଅସ୍ତରଙ୍ଗ ବ୍ଲକ ପ୍ରତିନିଧି ଶ୍ରୀ ଯୁକ୍ତ ଦିବାକର ଛାଟୋଇ ଙ୍କ ସମେତ ବିଭିନ୍ନ ପଂଚାୟତ ବରିଷ୍ଠ ବିଜେପି କର୍ମକର୍ତ୍ତା ଙ୍କୁ ନେଇ। ଖୁବ ଶୀଘ୍ର ପ୍ରତି ପଂଚାୟତ ରେ ହେବ ବୁଥ୍ କମିଟି ଗଢ଼ା ହେବ। ଗରିବ ମାନଙ୍କ କଲ୍ୟାଣ ଓ ଉତୁଥାନ ପାଈଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଙ୍କ ଯୋଜନା ଗୁଡିକୁ ତୃଣମୂଳ ସ୍ତରରେ ସଫଳ ରୂପାୟନ କରିବାକୁ ଗୁରୁତ୍ୱ ଦିଆଯିବ। ସମସ୍ତ ଯୋଜନା କିଭଳି ବାସ୍ତବ ଭାବେ କାର୍ଯ୍ୟାନ୍ୱୟ ହେବ, ସେ ସମ୍ପର୍କ ରେ ବିଜେପି ସଦସ୍ୟ ମାନେ ବୈଠକ ରେ ମତ ରଖିଥିଲେ।ଏହା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ନୀତି ଆଦର୍ଶ ରେ ଅନୁପ୍ରାଣିତ ହୋଇ ବିଜେପି ରେ ସାମିଲ ହୋଇଥିଲେ ୧୩୦ରୁ ଉର୍ଦ୍ଧ ବିଭିନ୍ନ ପଂଚାୟତ ର ବରିଷ୍ଠ ନେତୃତ୍ୱ। ଯାହାକି ଅସ୍ତରଙ୍ଗ ବ୍ଲକ ଅଂଚଳରେ ଜଗତସିଂହପୁର ସାଂସଦ ଙ୍କ ଅସ୍ତରଙ୍ଗ ବ୍ଲକ ପ୍ରତିନିଧି ଶ୍ରୀ ଯୁକ୍ତ ଦିବାକର ଛାଟୋଇ ଓ ଅସ୍ତରଙ୍ଗ ମଣ୍ଡଳ ଏକ ସଭାପତି ଇନ୍ଦ୍ରମଣୀ ଜେନା ଙ୍କ ବଳିଷ୍ଠ ନେତୃତ୍ୱ ରେ କ୍ରମଶଃ ସଶକ୍ତ ହେଉଛି ବିଜେପି।ଦୃଢ଼ ସଂଗଠକ ତଥା ଯୁବ ନେତୃତ୍ୱ ଜିତେନ୍ଦ୍ର ନାୟକ (ଜୁବୁଲି ), ନଗର ପଂଚାୟତ ପୂର୍ବତନ ସରପଞ୍ଚ ନିରଞ୍ଜନ ବେହେରା, ସମ୍ପଦ ବେହେରା,ନଈଗୁଆଁ ପଂଚାୟତ ର ବ୍ରଜବନ୍ଧୁ ବିଶ୍ୱାଳ, ପବିତ୍ର ଦଳାଇ ଙ୍କ ସମେତ ବହୁ ବରିଷ୍ଠ ବ୍ୟକ୍ତିତ୍ୱ ଙ୍କୁ ଦଳର ଗୁରୁ ଦାୟିତ୍ୱ ଦେବା ସହ ଅତିଥି ମାନେ ପୁଷ୍ପମାଲ୍ୟ ସହ ଉପଢ଼ୋକନ ପ୍ରଦାନ କରାଯାଇଥିଲା। ସଂଗଠନ ର ବିଭିନ୍ନ ପଦ ପଦବୀ ରେ ପୂର୍ବରୁ କାର୍ଯ୍ୟ କରିବାର ଅଭିଜ୍ଞତା ରଖିଥିବା ଇନ୍ଦ୍ରମଣୀ ଜେନା ଓ ଦିବାକର ଛାଟୋଇ ଙ୍କ ତତ୍ତ୍ୱବଧାନ ରେ ଆଗାମୀ ଦିନରେ ବିଜେପି ସଶକ୍ତ ହେବ ବୋଲି ଶତାଧିକ ବିଜେପି କର୍ମକର୍ତ୍ତା ମତ ଦେଇଥିଲେ। ଯାହାକି ଗଙ୍ଗାଦେବୀ ଙ୍କ ନିକଟରେ ଏହି କାର୍ଯ୍ୟକାରିଣୀ ବୈଠକ ସହ ମିଶ୍ରଣ ପର୍ବ ଦ୍ୱାରା ବିଜେପି ସଶକ୍ତ ଓ ସୁଦୃଢ ହୋଇଛି।ଶ୍ରୀ ଯୁକ୍ତ ଦିବାକର ଛାଟୋଇ କହିଛନ୍ତି, ବିଜେପି ଏକ ରାଜନୈତିକ ଦଳ। ସବୁ ବେଳେ ନିର୍ବାଚନ ପାଈଁ ପୂର୍ବ ଓ ପୂର୍ଣ୍ଣ ପ୍ରସ୍ତୁତ ଥାଏ। ସେହି ଆଧାର ରେ ଆଗାମୀ ଦିନରେ ହେବାକୁ ଥିବା ନିର୍ବାଚନ ପାଈଁ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ ପ୍ରସଙ୍ଗରେ ଆଜିର ବୈଠକ ରେ ଆଲୋଚନା କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ