କାର- ବାଇକ ମୁହାଁମୁହିଁ ଧକ୍କା:ଦୁଇ ଆହତ
କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): ଝୁମ୍ପୁରା ବ୍ଲକ ଚଉଠିଆ ଠାରେ ରହିଥିବା ଓଡିଶା ଗ୍ରାମ୍ୟ ବ୍ୟାଙ୍କ ନିକଟରେ କାର ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଚଉଠିଆ ବାରୁଣା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଜଣେ ଶିକ୍ଷକ ଓ ଜଣେ ଶିକ୍ଷୟତ୍ରୀ ଆହତ ହୋଇଥିବା ଜଣାପଡିଛି। ମଳିଥିବା ସୂଚନା ରୁ ଜଣାଯାଏ ଯେ ଚଉଠିଆ ଠାରୁ ହସ୍ତିନା ପୁର ଅଭିମୁଖେ କାରଟି ଯାଉଥିଲା ବିପରୀତ ପଟୁ ବାଇକ ରେ ଚଉଠିଆ ବାରୁଣା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରୀ ଆସୁଥିଲେ। ଏହି ସମୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ବିଶ୍ବନାଥ ପ୍ରତାପ ନାଏକ ଓ ଶିକ୍ଷୟତ୍ରୀ ସୁଶିଳା କରେଇ ଆହତ ହୋଇଛନ୍ତି। ଶିକ୍ଷକ ବିଶ୍ବନାଥ ପ୍ରତାପ ନାଏକ ଙ୍କ ଡାହାଣ ଗୋଡ ଭାଙ୍ଗି ଯାଇଥିବା ବେଳେ ଶିକ୍ଷୟତ୍ରୀ ସୁଶିଳା କରେଇ ମଧ୍ୟ ଡାହାଣ ଗୋଡ ରେ ଆଘାତ ଲାଗିଛି। ଆହତ ଶିକ୍ଷକ ଙ୍କୁ ସ୍ଥାନୀୟ ଜନସାଧାରଣ ଆହତ ମାନଙ୍କୁ ସେଠାରୁ ଉଧାର କରି ତୁରନ୍ତ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଥିବା ଜଣାଯାଇଛି।