ଧରାପଡ଼ିଲା ଚନ୍ଦନ କାଠ ତସ୍କରୀ: ତିନି ଗିରଫ

ଚିକିଟି (ଦୀପ୍ତି ରଞ୍ଜନ ପାଢ଼ୀ ): କେ.ନୂଆଗାଁ ଥାନା ପୋଲିସ ର  ପେଟ୍ରୋଲିଙ୍ଗ ଓ ଗାଡି ଚେକିଙ୍ଗ ଚାଲିଥିବା ସମୟ ରେ ଚନ୍ଦନ କାଠ ତସ୍କରୀ ପୋଲିସ ହାବୁଡ଼ରେ  ପଡିଛି.ଧାନଘର ଫାଣ୍ଡି ଅଧିକାରୀ ଗୌତମ ସାହୁ ଙ୍କ ନେତୃତ୍ୱ ରେ କୃଷ୍ଣପୁର ଠାରେ ତିନିଜଣ ଙ୍କୁ ସନ୍ଦେହ ଜନକ ଅବସ୍ଥା ରେ ଦେଖି ପଚରା ଉଚୁରା କରାଯାଇଥିଲା.ପରେ ସେମାନଙ୍କ ନିକଟରେ ରୁ ଏକ ପଲିଥିନ ରେ ରହିଥିବା ତିନି ଗୋଟି ଚନ୍ଦନ କାଠ କୁ ଜବତ କରାଯାଇଛି .ଗିରଫ ହୋଇଥିବା ତିନିଜଣ ହେଲେ ଗଜପତି ଜିଲ୍ଲା ରାୟଗଡ ଥାନା ସଗୁନ ଗାଁ ର ଧବଳେଶ୍ୱର କାର୍ଜି,ଲବ କାର୍ଜି,କୁଶ କାର୍ଜି. ସେମାନଙ୍କ ନିକଟ ରୁ ଏକ ବାଜାଜ ଡିସ୍କୋଭର ବାଇକ କୁ ମଧ୍ୟ ଜବତ ହୋଇଛି.ଜବତ ଚନ୍ଦନ କାଠ ର ଓଜନ ଚାରିକେଜି 565 ଗ୍ରାମ ଓଜନ ରହିଥିବା ପୋଲିସ ସୂଚନା ଦେଇଛି.ତଦନ୍ତ ଅନୁଯାୟୀ ତିନି ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ ହୋଇଥିବା ବେଳେ ଏ ଘଟଣା ର ଚେର କେତେ ଦୂର ଲମ୍ବିଛି ତାହା ଦେଖିବାକୁ ବାକି ରହିଲା.ତେବେ ଥାନା ଅଧିକାରୀ ବିଶ୍ୱଜିତ ନାୟକ ଙ୍କ କହିବା ଅନୁଯାୟୀ ସେମାନେ ଚିକିଟି ଅଞ୍ଚଳ ରୁ ଏହି ଚନ୍ଦନ କାଠ ନିଜ ଗାଁ କୁ ନେଇଯାଉଥିଲେ.ତାହା ହେଲେ ଏହି ଘଟଣା ରେ ସ୍ଥାନୀୟ ସମ୍ପୃକ୍ତି ରହିଥିବା ପୋଲିସ ଅନୁମାନ କରି ତଦନ୍ତ କୁ ତ୍ୱରାନ୍ୱିତ କରିଛି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ