ସେଣ୍ଟ ଜାଭିୟର୍ସ ହାଇସ୍କୁଲରେ ଶିଶୁଦିବସ ପାଳିତ
ହାଟଡିହି (ଓ୍ବାଇଏନଏସ): ଚଣ୍ଡିଆବିରଞ୍ଚିପୁରସ୍ଥିତ ସେଣ୍ଟ୍ ଜାଭିୟର୍ସ ହାଇସ୍କୁଲରେ ଶିଶୁଦିବସ ମହାସମାରୋହରେ ପାଳନ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶ୍ଵତାରିଣୀ ମହିଳା ମହାବିଦ୍ୟାଳୟର ଅଧ୍ୟାପକ ତଥା ବ୍ୟଙ୍ଗକବି ସୁବାସ ଚନ୍ଦ୍ର ପାତ୍ର, ମୁଖ୍ୟବକ୍ତା ଭାବେ ଶିକ୍ଷାବିତ ଗୋପବନ୍ଧୁ ସୁଆର, ସମ୍ମାନିତ ଅତିଥି ଭାବେ ସାମ୍ବାଦିକ କିଶୋର ଚନ୍ଦ୍ର ଆଚାର୍ଯ୍ୟ, ବିଦ୍ୟାଳୟର ସଭାପତି ଇଞ୍ଜିନିୟର ଉଦୟନାଥ କର, ବିଦ୍ୟାଳୟର ଅଧ୍ୟକ୍ଷ ହେମନ୍ତ କୁମାର ନାୟକ, ଉପାଧ୍ୟକ୍ଷ ଗୋଲକ ବିହାରୀ ସାହୁ, ସାମ୍ବାଦିକ ସତ୍ୟ ରଞ୍ଜନ ଦାଶ ପ୍ରମୁଖ ଯୋଗଦେଇଥିଲେ । ଶିକ୍ଷକ ବିଜୟ କୁମାର ପହି ମଞ୍ଚ ପରିଚାଳନା କରିଥିଲେ । ଉକ୍ତ ସଭାରେ ମୁଖ୍ୟଅତିଥି ଶ୍ରୀଯୁକ୍ତ ପାତ୍ର (ବାଇଡଙ୍କବାବା) ନିଜର ହାସ୍ୟାତ୍ମକ କବିତା ଓ ବ୍ୟଙ୍ଗ ମାଧ୍ୟମରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ଅନ୍ୟ ଅତିଥି ମାନେ ବହୁ ଶିକ୍ଷଣୀୟ ଓ ଉପାଦେୟ କଥାବସ୍ତୁ ନିଜ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କର ଦ୍ଵାରା ସଙ୍ଗୀତ, ନୃତ୍ୟ ଓ କଳା କୌଶଳ ପ୍ରଦର୍ଶିତ ହୋଇଥିଲା । କୁନି କୁନି ପିଲାମାନେ କୌତୁକ ପୋଷାକ ପରିଧାନ କରି ନିଜକୁ ପ୍ରଦର୍ଶିତ କରିଥିଲେ । ଶିଶୁଦିବସ ଉପଲକ୍ଷେ ବିଦ୍ୟାଳୟର ପୂର୍ବରୁ ଅନୁଷ୍ଠିତ ହୋଇଥିବା ବକୃତା ପ୍ରତିଯୋଗିତାରେ ବିଭିନ୍ନ ବର୍ଗର କୃତୀ ଛାତ୍ରଛାତ୍ରୀମାନଙ୍କୁ ମେଡାଲ୍ ଓ ପ୍ରମାଣପତ୍ର ଦେଇ ମୁଖ୍ୟଅତିଥିଙ୍କ ଦ୍ବାରା ସମ୍ମାନିତ କରାଯାଇଥିଲା। ତନୁଶ୍ରୀ ତନୟା ପହି, ଶୁଭଶ୍ରୀ ପଣ୍ଡା, ଊର୍ମି ମହାନ୍ତି, ବିଷ୍ଣୁପ୍ରିୟା ଦାଶ, ଚିନ୍ମୟୀ ସାହୁ, ସସ୍ମିତା କର, ମୋନାଲିସା ବାରିକ୍, ବିଶ୍ଵବନ୍ଦିତା ଜେନା, ଏସ୍. ବି. ସାଇମଗ୍ନା, ସାଇକ୍ରିଷ୍ଣା ଜେନା, ଦେବେନ୍ଦ୍ରନାଥ ପାଢୀ, ବିଜୟ କୁମାର ପହି, ଦୟାନିଧି ଚିନରା, ପ୍ରଶାନ୍ତ କୁମାର ଦାସ, ହିମାଂଶୁ ରଞ୍ଜନ ବାରିକ୍, ସୁନିଲ୍ କୁମାର ରାଉତ, ସଂଗ୍ରାମ କେଶରୀ ପଟ୍ଟନାୟକ, ବ୍ରହ୍ମାନନ୍ଦ ମଲ୍ଲିକ, ଚନ୍ଦ୍ରଶେଖର ବାରିକ୍, ସୁଦିପ୍ତ ଦାଶ ପ୍ରମୁଖ ଉପସ୍ଥିତ ଥିବାବେଳେ ସହକର୍ମୀ ଅଜୟ କୁମାର ସେଠୀ, ମଞ୍ଜୁଲତା ଖୁଣ୍ଟିଆ, ଉର୍ମିଳା ସେଠୀ ଓ ମନୋରମା ସେଠୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।


