ଭରତପୁରରେ ଗିରିଗୋବର୍ଦ୍ଧନ ପୂଜା
କେନ୍ଦ୍ରାପଡ଼ା (ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡା ବ୍ଲକ ଅଧିନ ଭରତପୁର ଗ୍ରାମରେ ମକ୍କଦ୍ଦମ ପରିବାରର କୂଳଦେବତା ପ୍ରଭୁ ଶ୍ରୀଗୋପାଳଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ଗିରିଗୋବର୍ଦ୍ଧନ ପୂଜା ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଶ୍ରୀଜୀଉଙ୍କ ମନ୍ଦିର ସିଂହଦ୍ୱାର ସମ୍ମୁଖରେ କଦଳିପତ୍ର ଉପରେ ଶ୍ରୀଅନ୍ନକୁ ଏକ ପାହାଡ ସଦୃଶ ରଖାଯାଇଥିଲା। ଏହା ଉପରେ ଶ୍ରୀଗୋପାଳଜୀଉଙ୍କୁ ବିଜେ କରାଯିବା ପରେ ତାଙ୍କୁ ଷୋଡଶ ଉପଚାରରେ ପୂଜା କରାଯିବା ସହିତ ହୋମଯଜ୍ଞ କରାଯାଇଥିଲା। ଏହାପରେ ଧୂପ, ଦୀପ, ପୁଷ୍ପାଞ୍ଜଳୀ ଅର୍ପଣ କରାଯାଇଥିଲା।ପରେ ଆଳତୀ କରାଯାଇ ଭୋଗଲାଗି କରାଯାଇଥିଲା। ଶ୍ରୀଜୀଉଙ୍କ ପୂଜକ ସରୋଜକାନ୍ତ ପତି ପୂଜା କାର୍ଯ୍ୟ ସମ୍ପାଦନ କରିଥିବା ବେଳେ କର୍ତ୍ତା ଭାବରେ ଆଇନ ଅଧିକାରୀ ପ୍ରବୋଧ କୁମାର ଦାସ କାର୍ଯ୍ୟନିର୍ବାହ କରିଥିଲେ। ଏହାପରେ ଭଜନ, ଜଣାଣ ଓ ନାମସଂକୀର୍ତ୍ତନ କରାଯାଇଥି


