ଓଏମସି ଖଣିରୁ କ୍ରୋମାଇଟ ପରିବହନ ଘଟଣା: ବଉଳା ଟ୍ରକ ମାଲିକ ସଂଘକୁ ସାମିଲ କରା ନଯିବା ପ୍ରତିବାଦରେ ଧାରଣା
ହାଟଡିହି (ଓ୍ବାଇଏନଏସ): ବାଙ୍ଗୁର ଓଏମସି ଖଣିରୁ କ୍ରୋମାଇଟ ପରିବହନ କ୍ଷେତ୍ରରେ ବଉଳା ଟ୍ରକ୍ ମାଲିକ ସଙ୍ଘକୁ ସାମିଲ କରା ନଯିବା ପ୍ରତିବାଦ ରେ ଉତ୍ତେଜନା ପ୍ରକାଶ ପାଇଛି। ଆଜି ବଉଳା ଟ୍ରକ୍ ମାଲିକ ସଂଘର ୫୦ରୁ ଊର୍ଦ୍ଧ୍ବ ସଦସ୍ୟ ବାଙ୍ଗୁର ମାଇନ୍ସ ଫାଟକ ସମ୍ମୁଖରେ ଧାରଣା ଦେଇଛନ୍ତି। ସେମାନଙ୍କ ଅଭିଯୋଗ ଯେ ବଉଳା ଟ୍ରକ ମାଲିକ ସଂଘ ୧୯୯୨ ମସିହାରୁ ଏହି ଖଣିରୁ କ୍ରୋମାଇଟ୍ ପରିବହନ କରି ଆସୁଥିଲା। କିନ୍ତୁ ଗତ କିଛି ମାସ ତଳେ ବାଙ୍ଗୋର ଓ ଧନୁର୍ଜୟପୂର ପଞ୍ଚାୟତ ର ଗାଡ଼ି ମାଲିକ ମାନେ ତାଙ୍କ ପଞ୍ଚାୟତରେ ଖଣି ଥିବାରୁ ସେମାନେ ଅଧିକ ଲୋଡିଂ କୋଟା ଦେବାକୁ ଦାବି କରିଥିଲେ। କିନ୍ତୁ ଏହାକୁ ବଉଳା ଟ୍ରକ ମାଲିକ ସଂଘ ଏଥିରେ ରାଜି ହୋଇ ନଥିଲେ। ଏବେ ବାଙ୍ଗୋର ଓ ଧନୁର୍ଜୟପୂର ପଞ୍ଚାୟତର ଗାଡ଼ି ମାଲିକମାନେ ବାଙ୍ଗୁର ରିଜିଓନାଲ ଟ୍ରକ୍ ଓନର୍ସ ଆସୋସିଏସନ୍ ନାମରେ ଭିନ୍ନ ସଂଘ ଗଠନ କରି ପରିବହନ କରୁଛନ୍ତି। ଗତ ୧୮ତାରିଖରେ ଏହାକୁ ନେଇ ବିବାଦ ଦେଖାଦେବା ସହ ଉତ୍ତେଜନା ପ୍ରକାଶ ପାଇଥିଲା। ସେତେବେଳେ ପ୍ରଶାସନ ପକ୍ଷରୁ ପରବର୍ତ୍ତୀ ପରିବହନ ପୂର୍ବରୁ ଉଭୟଙ୍କ ମଧ୍ୟରେ ବୈଠକ କରାଯାଇ ସମାଧାନ ପରେ ପରିବହନ ହେବ ବୋଲି ନିଷ୍ପତି ହୋଇଥଲା। କିନ୍ତୁ କୌଣସି ସମାଧାନ ହୋଇ ନଥିବା ବେଳେ ଆଜି ପୁନର୍ବାର ବାଙ୍ଗୁର ରିଜିଓନାଲ ଟ୍ରକ୍ ଓନର୍ସ ଆସୋସିଏସନ୍ ର ଟ୍ରକ ପରିବହନ କରିବାକୁ ଗାଡ଼ି ସବୁ ଲଗାଇବାରୁ ବଉଳା ଟ୍ରକ୍ ମାଲିକ ସଂଘର ବୈଲୋଚନ ନାୟକ, ସୁରେନ୍ଦ୍ର ବେହେରା, ସୁରେନ୍ଦ୍ର ସାହୁ, ନରେନ୍ଦ୍ର ମଲ୍ଲିକ, ଗଜେନ୍ଦ୍ର ବିଶ୍ଵାଳ, ଦୁର୍ଗା ପ୍ରସାଦ ଆଇଚ, ଦୀପକ ପହି, ଅନନ୍ତ ନାରାୟଣ ମାଝୀ, ସନ୍ତୋଷ ପାତ୍ର, ଲକ୍ଷ୍ମୀକାନ୍ତ ମହାନ୍ତି, କୃଷ୍ଣଚନ୍ଦ୍ର ନାୟକ, ଜିତନ କୁମାର ସାହୁ, ଅଶୋକ ଗୁପ୍ତା, ଶୁଶାନ୍ତ ମାଝୀ, ଉତ୍ତମ ବେହେରା, ସୁଶାନ୍ତ ନାୟକ, ଦେବେନ୍ଦ୍ର ପ୍ରଧାନ, ବୈଲୋଚନ ନାୟକ, ସଂଗ୍ରାମ ବେହେରା, ଦେବେନ୍ଦ୍ର ପଣ୍ଡିତ, ଖଗେଶ୍ୱର ମହାନ୍ତି, ମାନସ ନାୟକ, ଉତ୍ତମ ସାହୁ, ଚନ୍ଦ୍ର ମୋହନ ଜେନା, ପ୍ରସାନ୍ତ ନାୟକ, ମୁକ୍ତିକାନ୍ତ ରାଉତ, ରାଜେଶ ରାଉତ, ଯାଡୁ ବିଶ୍ଵାଳଙ୍କ ସମେତ ଅନେକ ଟ୍ରକ୍ ମାଲିକ ଧାରଣାରେ ବସିଛନ୍ତି। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବା ରୁ ବ୍ୟାପକ ପୁଲିସ ଫୋର୍ସ ମୃତାୟନ କରାଯାଇଛି। ଆନନ୍ଦପୁର ଏସଡିପିଓ, ହାଟଡିହିର ଅତିରିକ୍ତ ତହସିଲଦାର, ସୋ ସୋ ଥାନା ଆଇଆଇସି ପ୍ରମୁଖ ଉଭୟ ପକ୍ଷଙ୍କ ସହ ଆଲୋଚନା କରିଛନ୍ତି। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ କୌଣସି ନିଷ୍କର୍ଷ ବାହାରି ନଥିବା ଜଣା ଯାଇଛି।


