ଛାତ୍ର ସଂସଦ ନିର୍ବାଚନରେ କଟକରେ ମିଶ୍ର ଫଳାଫଳ, ବାଜିମାତ୍ କଲେ BCJD, ABVP ଓ ସ୍ୱାଧୀନ ପ୍ରାର୍ଥୀ

କଟକ (ଓ୍ବାଇଏନଏସ) : ରାଜ୍ୟର ପ୍ରମୁଖ ଐତିହାସିକ ଶିକ୍ଷାନୁଷ୍ଠାନ ରେଭେନ୍ସା ବିଶ୍ୱବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନରେ ବିଜୁ ଛାତ୍ର ଜନତା ଦଳ (BCJD) ସଫଳତା ହାସଲ କରିଛି। ଦଳର ପ୍ରାର୍ଥୀ ବିଶ୍ୱଜିତ୍ ସାହୁ ସଭାପତି ପଦରେ ବିଜୟୀ ହୋଇଛନ୍ତି। ଫଳାଫଳ ଘୋଷଣା ପରେ ବିଜୟୀ ପ୍ରାର୍ଥୀଙ୍କ ସମର୍ଥକଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଥିଲା। ସମର୍ଥକମାନେ ପରସ୍ପରକୁ ଅବିର ଲଗାଇ ବିଜୟ ଉତ୍ସବ ପାଳନ କରିଥିଲେ। ଅନ୍ୟପକ୍ଷରେ, କଟକର ଶୈଳବାଳା ମହିଳା ମହାବିଦ୍ୟାଳୟରେ ସ୍ୱାଧୀନ ପ୍ରାର୍ଥୀ ପ୍ରଜ୍ଞା ପରମିତା ନାୟକ ସଭାପତି ପଦରେ ବିଜୟୀ ହୋଇଛନ୍ତି। ଖ୍ରୀଷ୍ଟ କଲେଜରେ ମଧ୍ୟ ସ୍ୱାଧୀନ ପ୍ରାର୍ଥୀ ଦୀପକ ମୁଣ୍ଡା ସଭାପତି ପଦ ହାତେଇଛନ୍ତି। ସେହିପରି କଟକ କଲେଜ ଏବଂ କିଶୋରନଗର ଡିଗ୍ରୀ କଲେଜରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP) ବିଜୟୀ ହୋଇଥିବାବେଳେ ଚୌଦ୍ୱାର କଲେଜରେ BCJD ସଫଳତା ପାଇଛି। ବିଭିନ୍ନ ଶିକ୍ଷାନୁଷ୍ଠାନର ଏହି ନିର୍ବାଚନ ଫଳାଫଳରେ ଛାତ୍ର ସଂଗଠନ ସହ ସ୍ୱାଧୀନ ପ୍ରାର୍ଥୀମାନେ ମଧ୍ୟ ସଫଳତା ପାଇଛନ୍ତି। ରେଭେନ୍ସାରେ BCJDର ବିଜୟ ସହ ଅନ୍ୟ କଲେଜଗୁଡ଼ିକରେ ଭିନ୍ନ ଭିନ୍ନ ପ୍ରାର୍ଥୀଙ୍କ ବିଜୟ ଛାତ୍ର ସଂସଦ ନିର୍ବାଚନରେ ବିବିଧ ଫଳାଫଳକୁ ସାମ୍ନାକୁ ଆଣିଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ