କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି
ହାଟଡ଼ିହି (ଓ୍ବାଇଏନଏସ) : ଶାସଙ୍ଗ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୬ ଅନୁଷ୍ଠିତ ହୋଇ ଯାଇଛି। ପ୍ରଧାନ ଶିକ୍ଷକ ଅଭିମନ୍ୟୁ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ କିଶୋର ଆଚାର୍ଯ୍ୟ, ମୁଖ୍ୟ ବକ୍ତା ଭାବେ ହାଇସ୍କୁଲର ପ୍ରଧାନ ଶିକ୍ଷକ ରାଧାକୃଷ୍ଣ ପତି, ସମ୍ମାନିତ ଅତିଥି ଭାବେ ସିଆରସିସି ଅଞ୍ଜନ କୁମାର ଦାସ, ସ୍କୁଲ ପରିଚାଳନା କମିଟିର ସଭାପତି ନିର୍ମଳା ଜେନା, ବରିଷ୍ଠ ଶିକ୍ଷାବିତ ବିଷ୍ଣୁ ପ୍ରସାଦ ଦାଶ ପ୍ରମୁଖ ଯୋଗଦେଇ ଉଦଘାଟନ କରିଥିଲେ। ଏଥିରେ ୧୪ଟି ବିଦ୍ୟାଳୟରୁ ୮୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ବକ୍ତୃକ୍ତା, ଚିତ୍ରାଙ୍କନ, ଵିତର୍କ, ପ୍ରବନ୍ଧ ଲିଖନ, କୁଇଜ, ସୃଜନଶୀଳ ଲିଖନ, ସଙ୍ଗୀତ, ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମ, ଶିଳ୍ପକଳା, ଚିତ୍ରକଳା ଆଦି ପ୍ରତିଯୋଗିତା ମାନ ଅନୁଷ୍ଠିତ ହୋଇଥିଲା। ପ୍ରଧାନ ଶିକ୍ଷକ ଅଭିମନ୍ୟୁ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ଶାସଙ୍ଗ ପଞ୍ଚାୟତ ହାଇସ୍କୁଲର ପ୍ରଧାନ ଶିକ୍ଷକରାଧାକୃଷ୍ଣ ପତି, ନିରୁପମା ଜେନା, ଵିଷ୍ଣୁ ପ୍ରସାଦ ଦାଶ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ସୁରଭି କାର୍ଯ୍ୟକ୍ରମର ଉପାଦେୟତା ଉପରେ ମତବ୍ୟକ୍ତ କରିଵା ସହିତ ପୁରସ୍କାର ପ୍ରଦାନ କରିଥିଲେ। ପଦ୍ମନାଭ ପଣ୍ଡା ମଞ୍ଚ ସଂଯୋଜନା କରିଥିବା ବେଳେ ବିନ୍ଦୁରେଖା ସାହୁ, ବାଉରୀ ନାୟକ, ବିଦ୍ୟାଧର ବେହେରା, ବିଷ୍ଣୁ ପଦ ସାମଲ, ମଧୁସ୍ମିତା ସେଠୀ, ନିରଞ୍ଜନ ବେହେରା, ବଳରାମ କୁଅଁର, ମନ୍ମଥ ଜେନା, ସୁଜାତା ଜେନା, ଜ୍ଞାନ ରଞ୍ଜନ ବେହେରା, ପୁଷ୍ପାଞ୍ଜଳି ଖୁଣ୍ଟିଆ, କୁମୁଦୁନୀ ସାମଲ, ଲଳିତ କୁମାର ବିଶ୍ବାଳ, ମାମିନା ପ୍ରଧାନ, ନିରଞ୍ଜନ ଖଣ୍ଡା, ସତ୍ୟବ୍ରତ ବେହେରା, ନିରାକାର ଜେନା, ନିତ୍ୟାନନ୍ଦ ବାରିକ, ଜୟଶ୍ରୀ ରାଉତ, ଉଷାରାଣୀ ଦାସ, ଗଙ୍ଗାଧର ଜେନା, ମୋନାଲିସା ନାୟକ, ଅମୀୟ ରଞ୍ଜନ ରାଉତ, ଶିବ ସୁନ୍ଦର ସାହୁ, ରୁପା ମୈକାପ, ପ୍ରତିମା ନାୟକ, ପବିତ୍ର ମହାପାତ୍ର, ସୁଲୋଚନା ସାହୁ, ଗାୟତ୍ରୀ ରାଣୀ ରାଉତ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।


