ବୀମାଟଙ୍କା ହାତେଇବାକୁ ଦୋକାନ ପୋଡିଦେଲା ମାଲିକ: ପୁରୀ ଏସପି ଓ ଅଗ୍ନୀଶମ ଡିଜିଙ୍କୁ ଅଭିଯୋଗ
କାକଟପୁର /ଅସ୍ତରଙ୍ଗ :ଦିନକୁ ଦିନ ପୁରୀ ଜିଲ୍ଲାରେ ବଢିଚାଲିଛି ଦୋକାନ ପୋଡି । କାହର ସତରେ ଘର ପୋଡି ହୋଇ ଲକ୍ଷାଧିକ ଟଙ୍କାର ଅସ୍ଥାବର ସଂପତ୍ତି ଓ ଗୁରୁତ୍ବପୂର୍ଣ୍ଣ କାଗଜ ପିଲାମାନଙ୍କ ଶିକ୍ଷାଧିକ୍ଷାର ପ୍ରମାଣ ପତ୍ର ପାଉଁଶ ହୋଇଯାଉଛି କିଛି ପାଉନି । ଅ।ଉ କିଏ ନିଜ ଦୋକାନ ଘରକୁ ନିଜେ ପୋଡି ଦେଇ ଲକ୍ଷାଧିକ ଟଙ୍କାର ବୀମା ହାତେଇ ନେବାରେ ବ୍ୟସ୍ତ । ଏମିତି ଏକ ଘଟଣା ପୁରୀ ଜିଲ୍ଲା ଅସ୍ତରଙ୍ଗ ଅଂଚଳରେ ସମସ୍ତଙ୍କୁ ଚକିତ କରିଛି ।ମିଳିଥିବା ସୂଚନା ଅନୁସାରେ ଅସ୍ତରଙ୍ଗ ବ୍ଲକ ମାଣ୍ଡୁକି ପଂଚାୟତ ଓଲରା ଗ୍ରାମର ପ୍ରଫୁଲ୍ଲ ସାହୁ ,ପିତା-ନବଘନ ସାହୁ ଙ୍କ ଦୁଇ ପୁଅ ପ୍ରସନ୍ନ ସାହୁ ଓ ପ୍ରଶାନ୍ତ ସାହୁ ,୩ବର୍ଷ ପୂର୍ବେ ମାଣ୍ଡୁକି ଗ୍ରାମର କଳଘର ଛକରେ ଏକ ହାଡ୍ଓ୍ବାର ଦୋକାନ ଖୋଲି ବ୍ୟବସାୟୀ କରୁଥିଲେ । ଉକ୍ତ ଦୋକାନକୁ ବାପ-ପୁଅ ୩ଜଣ ଚଳାଉଥିଲେ । ଏହି ଦୋକାନଟି ଉପରେ ୨୫ଲକ୍ଷରୁ ଉର୍ଦ୍ଧ ଟଙ୍କାର ଲୋନ ଥିଲା ,ସେମାନେ ଚତୁରତାର ସହ ଅ।ଉ ଏକ ଅ।ଉ ଏକ ଦୋକାନ କାକଟପୁର ଥାନା ଅନ୍ତର୍ଗତ ବାଙ୍ଗୁରିଗାଁ ବଜାରରେ ଏକ ନୂତନ ଦୋକାନ କରିବା ପାଇଁ ମାଣ୍ଡୁକି ଛକ ରେ ଥିବା ଦୋକାନରୁ ସବୁ ମାଲ ସ୍ଥାନାନ୍ତରିତ କରି ନେଲେ ,ଅଳ୍ପ କିଛି ମାଲ ରଖି ବୀମା କମ୍ପାନୀ,ବ୍ୟାଙ୍କ କର୍ମଚାରୀ ସହଯୋଗରେ ଦୋକାନକୁ ପୋଡିଦେଲା ପରେ ଅଗ୍ନିଶମ ରିପୋର୍ଟ ଅ।ଧାରରେ ସରକାରୀଙ୍କୁ ଅର୍ଥକୁ ଅ।ତ୍ମସାତ କରିଛନ୍ତି । ଏହି ପରି ମାଣ୍ଡୁକି ଛକରେ ଥିବା ଦୋକାନ ବାରମ୍ବାର ଘର ବଦଳାଇ ନିଅଁ। ଲଗାଇ ଫାଇଦା ନେଇ ଚାଲିଛି । କିଛି ଦିନ ତଳେ ଅ।ଉ ଏକ ଘରେ ନିଜ ଦୋକନ କରିବ ବୋଲି ଭଡା ନେଇ ସେଘରେ କିଛି ପୁରଣା ଅଦରକାରୀ ଚୌକି,ଟେବୁଲ,ପୁରୁଣା ଦୋକାନର ପୋଡା ସାମଗ୍ରୀକୁ ରଖି ପୁନଃବାର ନିଅଁ। ଲଗାଇ ୬୫ଲକ୍ଷର ସହାୟତା ହାତେଇ ନେବାକୁ ମସୁଧା ଚଳାଇଛି । ବାରମ୍ବାର ବୀମାଟଙ୍କା ହାତେଇବା ପାଇଁ ବୀମା କମ୍ପାନୀ,ବ୍ୟାଙ୍କ କର୍ମଚାରୀ,ଅସ୍ତରଙ୍ଗ ଅଗ୍ନିଶମ ଅଧିକାରୀ ମଧ୍ୟରେ ଏକ ରାକେଟ କାମ କରୁଥିବା ଚର୍ଚ୍ଚା ହେଉଛି । ଏନେଇ ଅସ୍ତରଙ୍ଗ ଅଗ୍ନିଶମ ଅଧିକାରୀ,ଅସ୍ତରଙ୍ଗ ଥାନା ଅଧିକାରୀ ଓ ତହସିଲଦାରଙ୍କୁ ମାଣ୍ଡୁକି ସରପଞ୍ଚ ରୋଜିନା ଜେନା ଅବଗତ କରାଯାଇଥିଲେ ମଧ୍ୟ ଫଳ ଶୂନ । ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଅଗ୍ନୀଶମ ଡିଜି, ଓ ପୁରୀ ଏସ.ପିଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ।


