ସବରେଜିଷ୍ଟ୍ରାର ଅଫିସରେ ଷ୍ଟାଫ ଅନୁପସ୍ଥିତ ଅଭିଯୋଗ
ବେତନଟୀ, ( ଉଦିତ କୁମାର ପରିଡା ): ମୟୂରଭଞ୍ଜ ଜିଲ୍ଲାର ବେତନଟୀ ସବରେଜିଷ୍ଟ୍ରାର ଅଫିସରେ ପ୍ରଶାସନିକ ଅବହେଳା ଯୋଗୁଁ ଜନସାଧାରଣ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସକାଳ ୧୦:୩୦ ମିନିଟ ପରେ ମଧ୍ୟ ଅଫିସରେ କୌଣସି କର୍ମଚାରୀ ଉପସ୍ଥିତ ନଥିବା ଅଭିଯୋଗ ଉଠିଛି, ଯଦିଓ ଟ୍ରଷ୍ଟ ଡିଡ୍ ଓ ପ୍ଲଟ ବିକ୍ରି ସମ୍ପର୍କିତ କାର୍ଯ୍ୟ ପାଇଁ ସମୟ ୧୦ଟାରେ ନିର୍ଦ୍ଧାରିତ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଏହି ଅଫିସରେ କର୍ମଚାରୀମାନେ ନିଜ ଇଚ୍ଛାମୁତାବକ ସମୟରେ ଆସୁଥିବା ଅଭିଯୋଗ ରହିଛି। ଏହା ଯୋଗୁଁ ଜମି ରେଜିଷ୍ଟ୍ରୀ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ କାର୍ଯ୍ୟ ପାଇଁ ଅଫିସକୁ ଆସୁଥିବା ଜନସାଧାରଣଙ୍କୁ ଘଣ୍ଟାଘଣ୍ଟା ଅପେକ୍ଷା କରିବାକୁ ପଡୁଛି। ଏହି ଭଳି ଅବହେଳା ଯୋଗୁଁ ଜନସାଧାରଣ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି। ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ଯେ, ସବରେଜିଷ୍ଟ୍ରାର ଅଫିସରେ କର୍ମଚାରୀଙ୍କ ଅନୁପସ୍ଥିତି ଓ ଅସମୟରେ ଅଫିସ ଆସିବା ନିୟମିତ ଘଟଣା ହୋଇପଡ଼ିଛି। ଏହା ଜନସେବାକୁ ବାଧାପ୍ରାପ୍ତ କରୁଥିବା ସହ ଜମି କିଣାବିକା ଓ ଅନ୍ୟାନ୍ୟ ଦସ୍ତାବିଜ ସମ୍ପର୍କିତ କାର୍ଯ୍ୟରେ ବିଳମ୍ବ ଘଟାଉଛି। ଏହି ସମସ୍ୟାର ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ଓ ସବରେଜିଷ୍ଟ୍ରାର ଅଫିସରେ ଦାୟିତ୍ୱଶୀଳ କର୍ମଚାରୀ ନିଯୁକ୍ତି ଓ ସମୟାନୁବର୍ତ୍ତିତା ନିଶ୍ଚିତ କରିବାକୁ ଜନସାଧାରଣ ଦାବି କରିଛନ୍ତି।ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ପ୍ରଶାସନିକ ଅବହେଳାର ଏକ ଜ୍ୱଳନ୍ତ ଉଦାହରଣ ହୋଇଛି। ଜନସାଧାରଣ ପ୍ରଶାସନକୁ ତୁରନ୍ତ ଏ ବାବଦରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଦାବି କରୁଛନ୍ତି, ଯାହା ଦ୍ୱାରା ସବରେଜିଷ୍ଟ୍ରାର ଅଫିସରେ ସୁଗମ ଓ ସମୟାନୁକୂଳ ସେବା ସୁନିଶ୍ଚିତ ହୋଇପାରିବ।