ଅବସରପ୍ରାପ୍ତ ଶିକ୍ଷକ ବିନୋଦ ମହାନ୍ତିଙ୍କ ବିୟୋଗରେ ଶୋକ

ଗୁଣପୁର,(ୱାଇଏନଏସ): କଟିକା ସାହିର ଅବସରପ୍ରାପ୍ତ ଶିକ୍ଷକ ବିନୋଦ କୁମାର ମହାନ୍ତି(୭୫)ଙ୍କ ଗତ ଗୁରୁବାର ଦିନ ରାତିରେ ପରଲୋକ ଘଟିଛି। ତାଙ୍କ ବିୟୋଗରେ ମିଟସ ଇଞ୍ଜିୟରିଂ କଲେଜ ଗ୍ରୁପର ଅଧ୍ୟକ୍ଷ ବାଳକୃଷ୍ଣ ପଣ୍ଡାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଥିଲା। ଦିବଙ୍ଗତ ସ୍ଵର୍ଗତଃ ମହାନ୍ତିଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇ ଫଟୋ ଚିତ୍ରରେ ପୁଷ୍ପ ଦେଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହି ଅଵସରରେ ଉପସ୍ଥିତ ତାଙ୍କ ସହପାଠୀ, ସହ କର୍ମଚାରୀ ଏବଂ ସାଥୀ ଶ୍ରୀ ବାଳକୃଷ୍ଣ ପଣ୍ଡା, ହିମାଂଶୁ ବେହେରା,ଭାସ୍କର ବେହେରା,ରମେଶ ବାଉରୀ, ନୀଳ ମାଧବ ପାଢ଼ୀ, ମାର୍କଣ୍ଡ ପଣ୍ଡା, ରଘୁନାଥ ସାହୁ,ରାମ ସାହୁ,ସୌରା ପଣ୍ଡା, ଭଗବାନ ନିଷଙ୍କ, ସୁରେଶ ପାଢ଼ୀ,ରାଜେନ୍ଦ୍ର ନାୟକ, ଦନାର୍ଦ୍ଧନ ପଣ୍ଡା,ସାମ୍ବାଦିକ ତ୍ରିନାଥ ଖାଡ଼ଙ୍ଗା ପ୍ରମୁଖ ଉପସ୍ଥିତ ରହି ସ୍ଵର୍ଗତଃ ମହାନ୍ତିଙ୍କ ଅମ୍ଳଲାନ ପ୍ରତିଭାର ସ୍ମୃତି ଚାରଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ