ଟ୍ରାଫିକ ପୋଲିସକୁ ଆକ୍ରମଣ ଘଟଣା : ଥାନାରେ ଲିଖିତ ଅଭିଯୋଗ
ଚୌଦ୍ୱାର,(ଦୀପକ କୁମାର ବେଉରା) : ଚୌଦ୍ୱାର ଅଞ୍ଚଳରେ ଜଣେ କାର୍ଯ୍ୟରତ ଟ୍ରାଫିକ ପୋଲିସ କୁ ଆକ୍ରମଣ ଘଟଣାରେ ଅଭିଯୁକ୍ତ ବିରୋଧ ରେ କାର୍ଯ୍ୟାନୁଷ୍ଠନ ଦାବି କରି ଚୌଦ୍ୱାର ଥାନାରେ ଲିଖିତ ଅଭିଯୋଗ କରିଛି ରାଜ୍ୟ ମାନବଧିକାର ପରିଷଦ । ପରିଷଦ ର ସଭାପତି ସସ୍ମିତା ଦାସଙ୍କ ନେତୃତ୍ୱରେ ଏକ ଟିମ ଚୌଦ୍ୱାର ଥାନା ଅଧିକାରୀଙ୍କୁ ସାକ୍ଷାତ କରି ଏକ ଲିଖିତ ଅଭିଯୋଗ କରିଛନ୍ତି । ସୂଚନା ଯୋଗ୍ୟ ଚୌଦ୍ୱାର କଳିଙ୍ଗ ପେଟ୍ରୋଲ ପମ୍ପ ନିକଟରେ ନିୟୋଜିତ ଟ୍ରାଫିକ ପୋଲିସ କର୍ମଚାରୀ ରଙ୍ଗ ରୋଡ ରେ ଆସୁଥିବା ଏକ ଗାଡ଼ିକୁ ଅଟକାଇ ଥିଲେ । ପରେ ଏହି ଗାଡ଼ିର ଚାଳକ ଜଣକ ଟ୍ରାଫିକ ପୋଲିସଙ୍କ ସହିତ ଝଗଡ଼ା କରିବା ସହିତ ଆକ୍ରମଣ କରିଥିଲେ। ଆକ୍ରମଣ କରି ଫେରାର ହେବା ସମୟ ରେ ନିଜର ମୋବାଇଲ ସେହି ସ୍ଥାନ ରେ ପକେଇ ପଳେଇ ଥିଲା । ଟ୍ରାଫିକ ପୋଲିସ ଜଣକ ସେହି ଫୋନ ଏବଂ ଅଭିଯୁକ୍ତ ଆସିଥିବା ଗାଡ଼ି ନମ୍ୱର୍ ଚୌଦ୍ୱର୍ ଥାନା ରେ ଲିଖିତ ଭାବେ ଅଭିଯୋଗ ଦେଇଥିଲେ। ଚାଳକ ଜଣକ ନିଜକୁ ମନ୍ତ୍ରୀଙ୍କ ପାଖ ଲୋକ କହି ଖସି ପଳାଇ ଥିଲେ। ଏହି ଘଟଣା ଘଟି ବହୁ ଦିନ ହୋଇ ଯାଇଥିଲେ ସୁଦ୍ଧା ଏଥି ପ୍ରତି ଚୌଦ୍ଵାର ଥାନା ଦୃଷ୍ଟି ଆକର୍ଷଣ ହେଲା ଭଳି କୌଣସି ପଦକ୍ଷେପ ନେଇନାହିଁ। ଏହି ଉଦ୍ଦେଶ୍ୟ ରେ ଆଜି ମାନବଧିକାର ପରିଷଦ ର ତାଙ୍କ ଟିମ୍ ଙ୍କୁ ନେଇ ଟ୍ରାଫିକ ପୋଲିସ ଜଣକ ଯେପରି ନ୍ୟାୟ ପାଇବେ ଚୌଦ୍ଵାର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହି ଅଭିଯୋଗ ପତ୍ର ପ୍ରଦାନ ସମୟରେ ପରିଷଦର ସଭାପତିଙ୍କ ସମେତ ସତ୍ୟନାରାୟନ ବିଶ୍ୱାଳ, ସଞ୍ଜୀତ୍ ମହାନ୍ତି,ସବିତା ଦାସ, ସତ୍ୟବ୍ରତ ଦାସ ପ୍ରମୁଖ ଉପସ୍ଥିତ ଥିଲେ।


