ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀରେ ମିଶ୍ରଣ ପର୍ବ କରି ବଳ ଗୋଟାଉଛି କଂଗ୍ରେସ ଦଳ
ବାଲେଶ୍ବର(ସରୋଜ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀରେ କଂଗ୍ରେସ ଦଳ ଧିରେ ଧିରେ ବଳ ଗୋଟାଇବାରେ ଲାଗିଛି । ଯୁବ ନେତା ସରୋଜ ଲେଙ୍କାଙ୍କ ନେତୃତ୍ୱରେ ବିଭିନ୍ନ ରାଜନୈତିକ ଦଳର ଆଗଧାଡିର ନେତା ଓ କର୍ମୀ କଂଗ୍ରେସ ଦଳରେ ସାମିଲ ହେଉଥିବା ଲକ୍ଷ୍ୟ କରାଯାଇଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲା କଂଗ୍ରେସ କମିଟି କାର୍ଯ୍ୟାଳୟରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବରିଷ୍ଠ ନେତା ପଦ୍ମଲୋଚନ ଲେଙ୍କା ଅଧ୍ୟକ୍ଷତା କରିଥିଲେ । ପୂର୍ବତନ ବିଧାୟକ ସୁଦର୍ଶନ ଯେନା, ପୂର୍ବତନ ଜିଲ୍ଲା ସଭାପତି ସଂଜୀବ ଗିରି, ବରିଷ୍ଠ ନାରୀନେତ୍ରୀ ଅର୍ଚ୍ଚନା ନନ୍ଦୀ, ରାଜ୍ୟ ମହିଳା କଂଗ୍ରେସ ସମ୍ପାଦିକା ଜ୍ୟୋସ୍ନା ସେନାପତି, ପ୍ରତିମା ପଣ୍ଡା, ଯୁବ କଂଗ୍ରେସ ସଭାପତି ରଞ୍ଜନ ଦାସ, ଛାତ୍ର କଂଗ୍ରେସ ରାଜ୍ୟ ଉପସଭାପତି ଗୌତମ ସାହୁ ପ୍ରମୁଖ ଯୋଗଦେଇ ନୂତନ ଭାବେ ସଦସ୍ୟତା ଗ୍ରହଣ କରିଥିବା ବାଲେଶ୍ୱର ପୌରାଂଚଳର ଅମର କୁମାର ପାତ୍ରଙ୍କ ସହ ୨୫ନଂ ଜିଲ୍ଲା ପରିଷଦ ଜୋନ ଅନ୍ତର୍ଗତ ବଇଂଚା ପଂଚାୟତର ବିମଲଲୋଚନ ବେହେରା, କାର୍ତିକ ମାଝୀ, ଶରତ ଦାସ, ଶରତ ବଢ଼େଇ, ଅଭିମନ୍ୟୁ ମାଝୀ, ସାଇବା ଟୁଡୁ, ଜିତ ଦାସ, ଶ୍ରାବଣୀ ମୁର୍ମୁ ପ୍ରମୁଖଙ୍କୁ ସ୍ୱାଗତ କରିଥିଲେ । ଆଗାମୀ ଦିନରେ ଏହିଭଳି ଏକାଧିକ ମଶ୍ରଣ ପର୍ବରେ ବିଭିନ୍ନ ରାଜନୈତିକ ଦଳରୁ ନେତା ଓ କର୍ମୀ କଂଗ୍ରେସ ଦଳରେ ସାମିଲ ହେବେ ଏବଂ ଦଳ ସଫଳତାର ଶୀର୍ଷକୁ ଛୁଇଁବ ବୋଲ ଯୁବନେତା ଶ୍ରୀ ଲେଙ୍କା ଏହି କାର୍ଯ୍ୟକ୍ରମରେ ଦୃଢୋକ୍ତି ପ୍ରକାଶ କରିଥିଲେ । ଶେଷରେ ଅଜଗର ଅଲ୍ଲୀ ଧନ୍ୟବାଦ ଅର୍ପଣ କରିଥିଲେ । କମରୁଲ ଖାନ, ଶ୍ରୀକାନ୍ତ ବୁଗୁଡାଇ, ପରଖୀ ପଂଚାୟତର ସରପଂଚ କାର୍ତିକ ରାଉତ, ସାହେବା ଅଖତର, ଜୀବନ ମହାପାତ୍ର, ଅନନ୍ତ ମହାପାତ୍ର, ବିଜୟ ମାଝୀ, ମନୋରଞ୍ଜନ ନାୟକ ପ୍ରମୁଖ ମିଶ୍ରଣ ପର୍ବର ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ ।


