ତିନି ବର୍ଷ ପରେ ଖୋଲିଲା ବିବାଦୀୟ ଯାତ୍ରୀ ବିଶ୍ରାମଗାର

ହାଟଡିହି (ଓ୍ବାଇଏନଏସ): କେନ୍ଦୁଝର ଜିଲ୍ଲାର ସୀମାନ୍ତ ଓରାଳି ଓ ଭଦ୍ରକ ଜିଲ୍ଲାର ଆପଣ୍ଡା ଗ୍ରାମ ମଧ୍ୟରେ ଲାଗି ରହିଥିବା  ସୀମା ବିବାଦ ୩ ବର୍ଷ ପରେ  ସମାଧାନ ହୋଇଛି। ଭଦ୍ରକ ଜିଲ୍ଲାପାଳ ଡ.ଦିଲ୍ଲୀପ ରାଉତରାଏଙ୍କ ପ୍ରତ୍ୟକ୍ଷ ହସ୍ତକ୍ଷେପ ପରେ ଉଭୟ ଜିଲ୍ଲାର ପ୍ରଶାସନିକ ଅଧିକାରୀ, ଓ ଉଭୟ ଗ୍ରାମବାସୀଙ୍କ ଉପସ୍ଥିତିରେ ଗତ ମେ ମାସ ୩୦ ତାରିଖ ଦିନ ଭଦ୍ରକରେ ଶାନ୍ତିପୂର୍ଣ୍ଣ ବୈଠକ ପରେ ଆଜି ବିବାଦୀୟ ହୋଇ ପଡ଼ିଥିବା ଯାତ୍ରୀ ବିଶ୍ରାମଗାରକୁ ଖୋଲା ଯାଇଛି। ଏଥିରେ କେନ୍ଦୁଝରର ଅତିରିକ୍ତ ଜିଲ୍ଲାପାଳ ମନ୍ଦରଧର ମହାଳିକ, ଭଦ୍ରକର ଅତିରିକ୍ତ ଜିଲ୍ଲାପାଳ ସରୋଜ କୁମାର ଦତ୍ତ, ଆନନ୍ଦପୁର ଉପଜିଲ୍ଲାପାଳ ନୀଳ ମାଧବ ସୁନା, ହାଟଡିହି ବିଡ଼ିଓ ରଞ୍ଜନ କୁମାର ପରିଡା, ବନ୍ତ ବ୍ଲକ ବିଡ଼ିଓ ସୀତାକାନ୍ତ ରାଉତ, ପ୍ରମୁଖ ଉପସ୍ଥିତ ରହି ତିନିବର୍ଷ ଧରି ଭଦ୍ରକ ଜିଲ୍ଲା ପ୍ରଶାସନ ସିଲ କରିଥିବା ଯାତ୍ରୀ ବିଶ୍ରାମଗାରକୁ ଖୋଲା କରିଥିଲେ। ଏହି ସମୟରେ ଆନନ୍ଦପୁରର ବିଜେପି ନେତା ଆଲୋକ ସେଠୀ, ସାଂସଦ ପ୍ରତିନିଧି ଜ୍ଞାନ ରଞ୍ଜନ ସାମନ୍ତ ସିଂହାରଙ୍କ ସମେତ ଉଭୟ ଗ୍ରାମର ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ। ପରେ ସ୍ଥାନୀୟ ଲୋକମାନେ ଯାତ୍ରୀ ବିଶ୍ରାମଗାରଟିକୁ ସଫା ସୁତୁରା କରି ଯାତ୍ରୀମାନଙ୍କ ବ୍ୟବହାର ଉପଯୋଗୀ କରାଇ ଥିଲେ। ପ୍ରଶାସନର ଏପରି ପଦକ୍ଷେପକୁ ଉଭୟ ଗ୍ରାମର ଗ୍ରାମବାସୀ ସ୍ୱାଗତ କରିଛନ୍ତି। ଏହି ଛକଟି ସ୍ୱାଧୀନତା ସଂଗ୍ରାମୀ ଛକ ଭାବେ ନାମିତ ହେବ। ଏଠାରେ ସୂଚନାଯୋଗ୍ୟ ଯେ ୧୬.୦୪.୨୦୨୩ରେ ଭଦ୍ରକ-ଆନନ୍ଦପୁର ରାଜ୍ୟ ରାଜପଥର ଓରାଳି ଛକ ଠାରେ ସୀମା ବିବାଦରୁ  ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଯାତ୍ରୀ ବିଶ୍ରାମଗାରଟି ଭଦ୍ରକ ଜିଲ୍ଲାର ଆପଣ୍ଡା ରାଜସ୍ବ ଗ୍ରାମର ସୀମାରେ ଥିବାରୁ ଓ ଓରଳି ଛକ ବଦଳରେ ଆପଣ୍ଡା ଛକ ଲେଖାଯିବାକୁ ନେଇ ଦୁଇ ଗ୍ରାମ ଭିତରେ ଗୋଷ୍ଠୀ ସଂଘର୍ଷ heସଂଘବଦ୍ଧ ଆକ୍ରମଣରେ ୧୦ରୁ ଊର୍ଦ୍ଧ୍ବ ବ୍ୟକ୍ତି ଆହତ ହୋଇଥିବାବେଳେ ୧୦ ରୁ ଊର୍ଦ୍ଧ ଦୋକାନ ଘରକୁ ଜାଳିଦିଆଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ