ମନ୍ତ୍ରୀଙ୍କ ଦ୍ବାରା କୁଚିଣ୍ଡାରେ ବିଭିନ୍ନ ପ୍ରକଳ୍ପ ଭିତ୍ତିପ୍ରସ୍ତର ସ୍ଥାପନ
କୁଚିଣ୍ଡା(ରିଙ୍କୁ କୁସୁମ):ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକର ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ଥର ସ୍ଥାପନ କରି ଗ୍ରାମ୍ଯ ଉନ୍ନୟନ,ପଞ୍ଚାୟତରାଜ ଓ ପାନୀୟଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାଏକ କହିଛନ୍ତି।ପୂର୍ବାହ୍ନରେ କୁଚିଣ୍ଡା ବ୍ଲକର ଅର୍ଡାବାହାଲ ଠାରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା ଯୋଜନାରେ ୧୭ଟି ପଞ୍ଚାୟତରେ ୧କୋଟି ୧ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ୧୯ଟି ପ୍ରକଳ୍ପ ଏବଂ ୫କୋଟି ୧୦ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ୧୭ଟି ପଞ୍ଚାୟତ ସ୍ତରୀୟ ମହାସଂଘର ନୂତନ ଗୃହ ଓ ଦୋକାନ ଘର,ତେଲିତିଲେଇମାଲ ଠାରେ ୫କୋଟି ୧୦ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ୧୭ଟି ପଞ୍ଚାୟତରେ ୫୧ଟି ଅମୃତ ସରୋବର ଏବଂ ବିକଶିତ ଗାଁ ବିକଶିତ ଓଡିଶା ଯୋଜନାରେ ୨କୋଟି ୭୮ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ୬୮ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ଥର ସ୍ଥାପନ କରିଥିଲେ।ଅର୍ଡାବାହାଲ ସଭାରେ ମନ୍ତ୍ରୀ ନାଏକ ମୁଖ୍ୟ ଅତିଥିଭାବେ ଯୋଗଦେଇ ସ୍ୱୟଂ ସହାୟିକା ଗୋଷ୍ଠିର ମହିଳା କିଭଳି ଲକ୍ଷପତି ଦିଦି ହୋଇପାରିବେ କହିଥିଲେ।ଏହାଛଡା ଜଳ ସେଚନ ବ୍ୟବସ୍ଥାକୁ ସରକାର ଗୁରୁତ୍ୱ ଦେଉଥିବା କହି ଅନ୍ତ୍ୟୋଦୟ ଗୃହ ଯୋଜନା,ପିଏମ ସୂର୍ଯ୍ୟ ଘର,ଉତ୍କର୍ଷ ଓଡିଶା,ଶୁଭଦ୍ରା ଯୋଜନା ଏବଂ ବିକଶିତ ଗାଁ ବିକଶିତ ଓଡିଶା ଯୋଜନାରେ ପଞ୍ଚାୟତ ମାନଙ୍କ ସାମୂହିକ ବିକାଶ ହୋଇ ପାରିବ ବୋଲି କହିଥିଲେ।ଅର୍ଡାବାହାଲ କାର୍ଯ୍ୟକ୍ରମରେ କୁଚିଣ୍ଡା ଉପଜିଲ୍ଲାପାଳ ଗୌରବମୟ ପ୍ରଧାନ,ବିଡିଓ ଜୟନ୍ତ ସାହୁ,ଏମପି ପ୍ରତିନିଧି ରୁଦ୍ରପ୍ରତାପ ଦେଓ,ସରପଞ୍ଚ ସୁଳେଶ୍ୱରୀ ମାଝି,ଗୋବର୍ଦ୍ଧନ ବାଘ, ସୁବାସିନି ଧାନ,ଥାନେଶ୍ୱର ନାଏକ,ସଂକୀର୍ତ୍ତନ କିଷାନ, ସମିତିସଭ୍ଯା ଚମ୍ପାବତୀ ବେହେରା,ରଶ୍ମି କୁସୁମ,ଭାଜପା ମଣ୍ଡଳ ସଭାପତି ରାଜକୁମାର ରକ୍ସା ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ।ସେହିପରି ତେଲିତିଲେଇମାଲ ସଭାରେ ମନ୍ତ୍ରୀ ନାଏକ,ଉପଜିଲ୍ଲାପାଳ ପ୍ରଧାନ,ବିଡିଓ ସାହୁ,ଏମପି ପ୍ରତିନିଧି ଦେଓ,ଜିଲ୍ଲାପରିଷଦ ସଭ୍ୟ ଦିବ୍ୟରାଜ କିଷାନ,ସରପଞ୍ଚ ପ୍ରମୋଦ କିଷାନ, ରାଜେନ୍ଦ୍ର କିଷାନ,ପବିତ୍ର କିଷାନ,ଧନୁର୍ଜୟ ନାଏକ, ସମିତିସଭ୍ଯ ସ୍ୱର୍ଣ୍ଣଲତା ଅଢା,ସନ୍ତୋଷ ନାଏକ,ସମିର କଉଡି,ଖଗେଶ୍ୱର କିଷାନ,ଭାଜପା ମଣ୍ଡଳ ସଭାପତି ଚୂଡାମଣି ମାକର ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ।ଉଭୟ କାର୍ଯ୍ୟକ୍ରମରେ ବ୍ଲକ ସେକ୍ସନ ଅଫିସର ତରୁଣ ପ୍ରସାଦ ବିଶ୍ବାଳ ସଭାପରିଚାଳନା କରିଥିଲେ।