ବେଆଇନ ଦେଶୀ ମଦ ଭାଟି ଉପରେ ଚଢ଼ାଉ: ୧୪, ୫୦୦ କେଜି ମହୁଲ ପୋଚ, ୮୬୦ ଲିଟର ମଦ ଜବତ

ବେତନଟୀ  ( ଉଦିତ କୁମାର ପରିଡା ): ମୟୂରଭଞ୍ଜ ଜିଲ୍ଲା ବେତନଟୀ ଅବକାରୀ ବିଭାଗ ପକ୍ଷରୁ ଏକ ବେଆଇନ ଦେଶୀ ମଦ ଭାଟି ଉପରେ ଚଢ଼ାଉ କରାଯାଇ ସେଠାରୁ ବିପୁଳ ପରିମାଣରେ ବେଆଇନ ମଦ ଜବତ କରାଯିବା ସହ ପୋଚ ଗୁଡିକୁ ନଷ୍ଟ କରାଯାଇଛି। ସୂଚନା ଅନୁସାରେ ଏକ ବିଶେଷ ସୂତ୍ର ରୁ ଖବର ପାଇ ଜିଲ୍ଲା ସୁପରିଟେଣ୍ଡେଣ୍ଟ ପ୍ରଶାନ୍ତ କୁମାର କହ୍ନରଙ୍କ ନେତୃତ୍ୱରେ ବେତନଟୀ ଅବକାରୀ ଇନ୍ସପେକ୍ଟର ପ୍ରଦୀପ କୁମାର ବେହେରା, ଖୁଣ୍ଟା ଇନ୍ସପେକ୍ଟର ମମତା କୁମାରୀ ଦାଶ, ଉଦଳା ଇନ୍ସପେକ୍ଟର ସୂର୍ଯ୍ୟକାନ୍ତ ମଲ୍ଲିକ, ସଞ୍ଜୟ କାନ୍ଦି, ନିଜ ଟିମ ସହ ମିଳିତ ଭାବେ ବଡ଼ସାହି ସ୍ଥିତ ଅସ୍ତଝରଣ ଗ୍ରାମର ଏକ ଜଙ୍ଗଲ ମଧ୍ୟରେ ଦେଶୀ ମଦ ତିଆରି ଭାଟି ଉପରେ ଚଢ଼ାଉ କରି ସେଠାରୁ ୧୪ ହଜାର ୫୦୦  କେଜି ମହୁଲ ପୋଚକୁ ନଷ୍ଟ କରାଯିବା ସହ, ୮୬୦ ଲିଟର ବେଆଇନ ଦେଶୀ ମଦ ଜବତ କରାଯାଇଛି। ତତସହିତ ମଦ ତିଆରିରେ ବ୍ୟବହୃତ ସାମଗ୍ରୀ ସବୁ ନଷ୍ଟ କରାଯାଇଛି। ଚଢ଼ାଉ ସମୟରେ ଭାଟିରେ କେହି ନଥିବା ସୂଚନା ମିଳିଛି। ତେବେ ଛକ ଛକମାନଙ୍କ ରେ ବେଆଇନ ଭାଟି ମାଲିକ ଙ୍କ ଲୋକ ଛକି ରହୁଥିବାରୁ ପୋଲିସ ଚଢ଼ାଉ ପୂର୍ବରୁ ଅଭିଯୁକ୍ତ ମାନେ ଫେରାର ହୋଇଯାଉଥିବା ନଜର ଆସିଛି। ତେବେ ଦିନ କୁ ଗାଁ ଗାଁ ରେ ଏହି ଭଳି ବେଆଇନ ଦେଶୀ ଭାଟି ଗଢି ଉଠୁଥିବା ବେଳେ ଏହା ଅବକାରୀ ବିଭାଗର ମୁଣ୍ଡ ବ୍ୟଥାର କାରଣ ସାଜିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ