ଉପଜିଲ୍ଲାପାଳଙ୍କ ନେତୃତ୍ୱରେ ବେଆଇନ କ୍ରସର ଉପରେ ଚଢ଼ାଉ
କଟକ: ଆଠଗଡ଼ ଉପଜିଲ୍ଲାପାଳ ଶ୍ରୀ ପ୍ରହଲ୍ଲାଦ ନାରାୟଣ ଶର୍ମା (ଭା.ପ୍ର.ସେ) ଙ୍କ ତତ୍ତ୍ୱାବଧାନରେ, ତିଗିରିଆ ସ୍ଥିତ ସମସ୍ତ ବେଆଇନ କ୍ରସର ଉପରେ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉ ସମୟ ରେ ତହସିଲଦାର, ତିଗିରିଆ, ସ୍ଥାନୀୟ ପୋଲିସ, ଆଠଗଡ଼ ବନଖଣ୍ଡ ଏ.ସି.ଏଫ ଏବଂ ଜିଲ୍ଲା ଖଣି ଅଧିକାରୀ ଉପସ୍ଥିତ ରହିଥିଲେ। ତିଗିରିଆ ଉପକଣ୍ଠ ରେ ଭେଜିଆ, ପଙ୍କାଳ, ପୁରୁଣା ତିଗିରିଆ ଆଦି ସ୍ଥାନ ମାନଙ୍କରେ ଥିବା ବେଆଇନ କ୍ରସର ମାନଙ୍କୁ ନେଇ ପ୍ରଶାସନ ପାଖରେ ଅଭିଯୋଗ ହୋଇଅସୁଥିଲା। ସମସ୍ତ ବେଆଇନ କ୍ରସର ରେ ଦ୍ରୋନ କ୍ୟାମେରା ଦ୍ୱାରା ସର୍ଭେ କରାଯାଇଥିଲା ଏବଂ ଏହାକୁ ସିଲ କରାଯାଇଥିଲା। ଏହି ବେଆଇନ କ୍ରସର ମାନଙ୍କ ଉପରେ ଆଗକୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରଶାସନ ତରଫ ରୁ ସୂଚନା ମିଳିଛି। ଏତତବ୍ୟତୀତ, ତିଗିରିଆ ଅଞ୍ଚଳରେ ଚାଲିଥିବା ବେଆଇନ ପଥର ଚାଲାଣ ଉପରେ ମଧ୍ୟ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରଶାସନ ତରଫ ରୁ ସୂଚନା ମିଳିଛି।


