କାର୍ତ୍ତିକ ପୂର୍ଣ୍ଣିମାରେ ବାବା ତୁମ୍ବେଶ୍ବରଙ୍କ ପୀଠରେ ଭକ୍ତଙ୍କ ଭିଡ଼
ପୋଲସରା (ଅନୀଲ କୁମାର ମହାରଣା): ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପୋଲସରା ବ୍ଲକ ଅନ୍ତର୍ଗତ ଚିରିକିପଡା ଶାସନ ଗ୍ରାମର ବାବା ତୁମ୍ବେଶ୍ବରଙ୍କ ପୀଠରେ ୩୫ ହଜାରରୁ ଊର୍ଦ୍ଧ୍ଵ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି। ଦିର୍ଘ ୩୦ ବର୍ଷ ଧରି ବାବା ତୁମ୍ବେଶ୍ବରଙ୍କ ପୀଠରେ ଭକ୍ତଙ୍କ ସମାଗମ ରହି ଆସୁଥିବା ବେଳେ ଚଳିତ ବର୍ଷ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବହୁ ଭକ୍ତଙ୍କ ସମାଗମ ହୋଇଥିଲା। ଏହା ସହିତ ଏଠାରେ ଭକ୍ତମାନଙ୍କ ନିମନ୍ତେ ପ୍ରସାଦ ସେବନ ବ୍ଯବସ୍ଥା କରାଯାଇଥାଏ। ଏଠାକୁ ଆସୁଥିବା ସମସ୍ତ ଭକ୍ତ ପ୍ରସାଦ ସେବନ କରି ହିଁ ଫେରିଥାନ୍ତି। ଏହି ସମସ୍ତ ଆୟୋଜନର ଦାୟିତ୍ୱ ତୁମ୍ବେଶ୍ବର ମନ୍ଦିର କମିଟି ସଦସ୍ୟ ଓ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଥିବା ବେଳେ ସରପଞ୍ଚ ଭଗବାନ ସାହୁ, ସମିତି ସଭ୍ୟ ରଞ୍ଜନ ସାହୁ, ରଘୁନାଥ ପ୍ରଧାନ, ସରୋଜ ସ୍ବାଇଁ, ସୁଶାନ୍ତ ସାହୁ, ସାନ ବାବୁ ସାହୁ, ପାଣ୍ଡବ ନାୟକ, ଚକ୍ରପାଣି ପ୍ରଧାନ, ବସନ୍ତ ସାହୁ, ନବୀନ ପ୍ରଧାନ, ପଞ୍ଚାନନ ସାହୁ, ଗୋରାଚାନ୍ଦ ସାହୁ, ସଞ୍ଜୟ ସାହୁ, ସନ୍ତୋଷ ବିଷୋୟୀ, ସୂର୍ଯ୍ୟ ନାରାୟଣ ସାହୁ, ଗଦାଧର ସାହୁ, ରାଜେନ୍ଦ୍ର ବିଷୋୟୀ ସମେତ ଗ୍ରାମବାସୀ ଉପସ୍ଥିତ ରହି ସହଯୋଗ କରିଥିଲେ।


