ସୁନାବେଶରେ ଦର୍ଶନଦେଲେ ଦଧିବାମନଜୀଉ
ହାଟଡିହି,(ଓ୍ବାଇଏନଏସ) : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ବଞ୍ଚୋରେ ପ୍ରଭୂ ଦଧିବାବନଜୀଉଙ୍କ ସୁନାବେଶ ଅନୁଷ୍ଠିତ ହୋଇଛି। ସକାଳ ଧୂପ ପରେ ସାହାଣମେଲା ମଧ୍ୟାହ୍ନରେ ମଧ୍ୟାହ୍ନ ଭୋଗଲାଗି ହେଲା ପରେ ଶତାଧିକ ଭକ୍ତଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା। ଅପରାହ୍ନରେ ପାରମ୍ପାରିକ ରୀତିରେ ରଥ ଉପରେ ଠାକୁରଙ୍କୁ ବିଭିନ୍ନ ସ୍ଵର୍ଣ୍ଣ ଅଳଙ୍କାରରେ ଭୂଷିତ କରାଯାଇ ଥିଲା। ପ୍ରଭୂ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ସୁନାବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେଇଛନ୍ତି। ବର୍ଷା ସତ୍ତ୍ୱେ ଶହ ଶହ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥଲା। ଏହି ଅବସରରେ ଭଜନ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ବୈଦିକ ବ୍ରାହ୍ମଣ ସମେତ ଦଇତାପତି ସେବା ଯୋଗାଇଥିବା ବେଳେ ମନ୍ଦିର କମିଟିର ସଦସ୍ୟ ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।


