ବିଶ୍ବ ଦରବାରରେ ପୁଣି ଚମକିବ ଡଙ୍ଗରିଆଙ୍କ ‘କାପଡ଼ାଗୁନ୍ଦା’ :ନିୟମଗିରି ସାଲ୍ କଳାକୃତିକୁ ମିଳିବ ନୂଆ ପରିଚୟ
କଲ୍ୟାଣସିଂହପୁର (ଏଙ୍କେଟେଶ୍ୱର ପାଢ଼ୀ )ପୁଣି ଚମକିବ ନିୟମଗିରିର କପଡାଗୁନ୍ଦା | ନୂଆ ଡିଜାଇନ ସହ ବଜାରକୁ ଆସିବ ବିରଳ ଜନଜାତି ତାଙ୍ଗରିଆଙ୍କ କପଡ଼ାଗୁନ୍ଦା କଳାକୃତି ଶହ ଶହ ବର୍ଷ ଧରି ରାୟଗଡା ଓ କଳାହାଣ୍ଡି ଜିଲ୍ଲାର ନିୟମଗିରି ଅଞ୍ଚଳର କଲ୍ୟାଣସିଂହପୁର, ବିଷମକଟକ, ମୁନିଗୁଡା, ଲାଞ୍ଜିଗଡ ବ୍ଲକରେ ବସବାସ କରୁଥିବା ଡାଙ୍ଗରିଆ କନ୍ଧ ସମ୍ପ୍ରଦାୟର ମହିଳା ମାନେ ଏହି ସାଲ୍କୁ ବୁଣିଥାନ୍ତି। ବିଭିନ୍ନ ଜାନିଯାତ୍ରା ସମେତ ଶୁଭ କାର୍ଯ୍ୟରେ ଏହି ସାଲ୍କୁ ବ୍ୟବହାର କରାଯାଇଥାଏ | ଏହି କପଡାଗୁନ୍ଦାର ଚାହିଦା ବେଶ ରହିବାରୁ ବୁଣାକାର ମାନଙ୍କୁ ରଜଗାରକ୍ଷମ କରିବା ପାଇଁ ଜିଲ୍ଲା ପ୍ରଶାସନ ଅଣ୍ଟା ଭିଡିଛି | ବିଶେଷକରି କୁର୍ଲି ପଂଚାୟତର ଡଙ୍ଗରିଆଙ୍କ ହାତବୁଣା ସୋଲ୍ ବା କପଡାଗୁନ୍ଦାର ପ୍ରଚାର ପ୍ରସାର ତଥା ମାର୍କେଟ ବ୍ୟବସ୍ଥା ପାଇଁ ପୁଣି ଉଦ୍ୟମ ଆରମ୍ଭ ହୋଇଛି I ବିରଳ ହସ୍ତଶିଳ୍ପ କଳାକୃତି ମଧ୍ୟରେ ଡଙ୍ଗରିଆଙ୍କ ଦ୍ବାରା ଉତ୍ପାଦିତ ସାଲ୍ର ଚାହିଦା ବିଶ୍ଵ ଦରବାର ରେ ରହିଛି | ସାଲ୍ର ଆକର୍ଷଣୀୟ ଡିଜାଇନ୍ ସାଙ୍ଗକୁ ଡଙ୍ଗରିଆଙ୍କ କଳା, ସଂସ୍କୃତି ଓ ଐତିହ୍ୟର କଥା କହୁଥିବାରୁ ଆମ ରାଜ୍ୟ ସମେତ ଦେଶ, ବିଦେଶରେ ଏହାର ବେଶ ଚାହିଦା ରହିଛି। ଏଥିପାଇଁ ଡଙ୍ଗରିଆ ବୁଣାକାର ମାନଙ୍କୁ ଅଧିକରୁ ଅଧିକ କୁଶଳି କରି ସେମାନଙ୍କୁ ସ୍ବବାଲମ୍ବୀ କରିବା ପାଇଁ ଆଦି ଶିଳ୍ପୀ ଯୋଜନାରେ ତାଲିମ ଆରମ୍ଭ କରାଯାଇଛି । ଗତବର୍ଷ ଏହି ଡଙ୍ଗରିଆ ସାଲ୍ ଜିଆଇ ଟ୍ୟାଗ୍ ମାନ୍ୟତା ପାଇଛି। ବର୍ତ୍ତମାନ ରାଜ୍ୟ ସରକାର ଏହି କାପଡାଗୁନ୍ଦା ସାଲ୍କୁ ନୂଆ ରୂପ ଦେବା ସହ ଏହି ଡଙ୍ଗରିଆଙ୍କ ହସ୍ତଶିଳ୍ପ ଡିଜାଇନ୍କୁ ଟାଇ, ଉତ୍ତରୀୟ ଦୁପଟା, କେରି ବ୍ୟାଗ,୩୦ ଡଙ୍ଗରିଆ ମହିଳାଙ୍କୁ ଦିଆଯାଉଛି ପ୍ରଶିକ୍ଷଣ ଝୁଲା ମୁଣି, ମୋବାଇଲ୍ କଭର, ଫୋଲଡର୍ କଭର, ଟି ଫଟୋ କଭର ସମେତ ବିଭିନ୍ନ ସାମଗ୍ରୀରେ ଡଙ୍ଗରିଆ କଳାକୃତିର ଝଲକକୁ ଦେଖାଇବାକୁ ଚାହୁଁଛନ୍ତି ଏହି ବିରଳ ଜନଜାତି ଡଙ୍ଗରିଆ। ହସ୍ତଶିଳ୍ପ ବିଭାଗ ଓ ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥାର ଉଦ୍ୟମରେ ଆଦିବାସୀ ଉନ୍ନୟନ ସମବାୟ ନିଗମ ଲିମିଟେଡ, ରାୟଗଡା ଶାଖାର ଚାଟିକୋଣା ଡଙ୍ଗରିଆ କନ୍ଦ ଉନ୍ନୟନ ସଂସ୍ଥାର ପ୍ରଶିକ୍ଷଣ କେନ୍ଦ୍ରରେ ୩୦ ଜଣ ଡଙ୍ଗରିଆ ମହିଳା ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି। ଏହି ପ୍ରଶିକ୍ଷଣ ଶିବିରରେ ଡଙ୍ଗରିଆ ମହିଳା ମାନଙ୍କୁ କାପଡାଗୁନ୍ଦା ସାଲ ବୁଣା କାରୁକାର୍ଯ୍ୟକୁ କିପରି ଅଧିକାରୁ ଅଧିକ ସୁକ୍ଷ୍ମ କରିପାରିବେ ସେ ନେଇ ପ୍ରଶିକ୍ଷଣ ଦିଆଯାଉଉଛି। ଏହି ଡିଜାଇନ୍କୁ ମୋବାଇଲ କଭର ଝୁଲାମୁଣି, ଉତ୍ତରୀୟ ଦୁପଟ୍ଟା, ଚୁନିରିରେ ସ୍ଥାନୀତ କରାଯାଇପାରିବ ସେ ନେଇ ପ୍ରଶିକ୍ଷଣ ଦିଆଯିବା ସହ ପ୍ରସ୍ତୁତି ମଧ୍ୟ ଚାଲିଛି। କାପଡାଗୁନ୍ଦା ସାଲ୍, ଏବେ ଆନ୍ତର୍ଜାତିକ ବଜାରରେ ୫ହଜାରରୁ ଅଧିକା ଟଙ୍କାରେ ବିକ୍ରି ହେଉଛି। ଥରେ ଯିଏ ଏହି ସାଲ ସଂସ୍ପର୍ଶରେ ଆସିଛି ସେ କଳାକୃତିକୁ ଦେଖ୍ ଡଙ୍ଗରିଆଙ୍କୁ ବେଶ୍ ପ୍ରଶଂସା କରିଛନ୍ତି। ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ଢଙ୍ଗରିଆ ସାଲ୍ ଆକର୍ଷଣ ସାଳିବା ପରଠୁ ଡଙ୍ଗରିଆଙ୍କ ହସ୍ତଶିଳ୍ପ ଡିଜାଇନ୍ ଦ୍ବାରା ବିଭିନ୍ନ ସାମଗ୍ରୀ ତିଆରି କରିବାକୁ ରାଜ୍ୟ ସରକାର ମହିଳା ମାନଙ୍କୁ ପ୍ରଶିକ୍ଷଣା ଦେବା ଆରମ୍ଭ କରିଛନ୍ତି | ପ୍ରଥମ ପର୍ଯ୍ୟାୟରେ କୁର୍ଲି ଗ୍ରାମ ପଞ୍ଚାୟତର ୩୦ ମହିଳାଙ୍କୁ ୬ ମାସ ପ୍ରଶିକ୍ଷଣ ପ୍ରଦାନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ପ୍ରକଳ୍ପ ନିର୍ଦ୍ଦେଶକ ଚନ୍ଦ୍ରକାନ୍ତ ମାଝି ରାୟଗଡା ଉଦ୍ଘାଟନ କରିଥିଲେ। ପ୍ରଶିକ୍ଷକ ଭାବେ ସ୍କାର୍ପ ଡିଜାଇନର ଲିପ୍ସା ହେମ୍ରମ୍ବ ଡଙ୍ଗରିଆ ମହିଳାମାନଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି । ପ୍ରଶିକ୍ଷଣ ଦିବସରେ ମହିଳା ମାମନଙ୍କୁ ୩୦୦ଟଙ୍କାର ପ୍ରତ୍ସାହନ ରାଶି ପ୍ରଦାନ କରାଯାଉଛି। ମହିଳା ମାନେ ପ୍ରଶିକ୍ଷଣ ପାଇବା ପରେ ସେମାନେ ନିଜ ନିଜ ଅଞ୍ଚଳର ମହିଳା ଏବଂ ଝିଅ ମାନଙ୍କୁ ଏହି କଳାକୃତି ବୁଣିବାର ପ୍ରଶିକ୍ଷଣ ମଧ୍ୟ ଦେବେ। ଯାହା ଫଳରେ ଆଦିମ ଜନଜାତି ଡଙ୍ଗରିଙ୍କ ଆର୍ଥିକ ସ୍ଥିତ ସୁଦୃଢ ହେବା ସହ ସେମାନଙ୍କୁ ଦ୍ବାରା ପ୍ରସ୍ତୁତ ସାମଗ୍ରୀ ସବୁ ଖୋଲା ବଜାରରେ ଉପଲବ୍ଧ ହୋଇପାରିବ। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଲାଞ୍ଜିଗଡ଼, କଲ୍ୟାଣସିଂହପୁର ଓ ମୁନିଗୁଡା ବ୍ଲକର ଡାଙ୍ଗରିଆଙ୍କୁ ସାମିଲ କଲେ ଏହି ସାଲ ର ଜନଯାତିର ଗୌରବ ମଣ୍ଡିତ ହେବାସହ ଚାରଟି ବ୍ଲକର ଡାଙ୍ଗରିଆ ମହିଳା, ଯୁବତୀ ମାନେ ଉପକୃତ ହୋଇ ପାରିବେ ବୋଲି ନିୟମଗିରି ଅଂଚଳ ରେ ଚର୍ଚା ହେଉଛି। ଏହି କାର୍ଯ୍ୟକ୍ରମ ଚାରି ବ୍ଲକରେ କାର୍ଯ୍ୟ କରୁଥିବା କେବଳ ଡ଼ଙ୍ଗରିଆ ଛାତ୍ରଛାତ୍ରୀ ପଢ଼ୁଥିବା ପିଲାଙ୍କୁ ଆରମ୍ଭରୁ ପ୍ରଶିକ୍ଷଣ ପ୍ରଦାନକଲେ ଆତ୍ମନିର୍ଭରଶୀଳ ହେବା ସହ ନିଜ ପରମ୍ପରା,ଐକୀୟ,ସଂକୃତି ବଜାଇ ରଖିପାରିବେ ବୋଲି ଆଲୋଚନା ହେଉଛି।