ଦିବାରାତ୍ରି ଭଳିବଲା ଟୁର୍ଣାମେଣ୍ଟ ଉଦଯାପିତ : ଚିକିଟି ପେଣ୍ଠ ବିଜୟୀ
ଚିକିଟି (ଦୀପ୍ତି ରଞ୍ଜନ ପାଢ଼ୀ ): ଚିକିଟି ଗଡ଼ ରେ ଆୟୋଜିତ ଦୁଇ ଦିନିଆ ଦିବାରାତ୍ରି ଭଲିବଲ ଟୁର୍ଣାମେଣ୍ଟ ଉଦଯାପିତ ହୋଇଯାଇଛି.ଫାଇନାଲ ଦିବସ ରେ ଚିକିଟିପେଣ୍ଠ ସହ କରବାଲୁଆ କଡା ପ୍ରତିଦ୍ବନ୍ଦୀତା ମଧ୍ୟରେ ଚିକିଟି ପେଣ୍ଠ 2/1 ରେ ମେଚ ଜିତି ବିଜୟ ମୁକୁଟ ହାସଲ କରିଛି.କାରବାଲୁଆ ଟିମ ରନର୍ସ ଅପ ଟ୍ରଫି ହାସଲ କରିଛନ୍ତି। ବେଷ୍ଟ ନେଟର ଭାବରେ ବିଜୟୀ ଦଳ ର ବଳିଆ,ବେଷ୍ଟ ହିଟର ଭାବେ ଚିକିଟି ଗଡ଼ ର ଗଗନ ବେଷ୍ଟ ଖେଳାଳି ଭାବେ ବିଜୟୀ ଦଳ ର ଅଧିନାୟକ ବଣ୍ଟି ଙ୍କୁ ପୁରସ୍କୃତ କରାଯାଇଛି.ଅତିଥି ଭାବେ ବରିଷ୍ଠ ଖେଳାଳି ଜନାର୍ଦନ ଜେନା,ଜେ.ପୂର୍ଣ୍ଣଚନ୍ଦ୍ର ଆଚାରି ଯୋଗଦେଇ ଟ୍ରଫି ପ୍ରଦାନ କରିଥିଲେ.ରାଜି ଭାଇ ରେଫେରୀ ଦାୟିତ୍ୱ ରେ ଥିବା ବେଳେ ଅଶୋକ,ରାମ ଶଙ୍କର,ସନ୍ତୋଷ,ଆନନ୍ଦ,ଓ ସିମାଞ୍ଚଳ ଟୁର୍ଣାମେଣ୍ଟ ପରିଚାଳନା କରିଥିଲେ.


