କେନ୍ଦ୍ର ଶ୍ରମ ଏବଂ ନିଯୁକ୍ତି ଏବଂ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରୀ  ମନଶୁଖ ମାଣ୍ଡଭିୟଙ୍କୁ ବାଲେଶ୍ଵର ସାଂସଦଙ୍କ ଦାବିପତ୍ର

ବାଲେଶ୍ବର (ସରୋଜ ପଣ୍ଡା): ଆଜି ମାନ୍ୟବର କେନ୍ଦ୍ର ଶ୍ରମ ଏବଂ ନିଯୁକ୍ତି ଏବଂ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରୀ  ମନଶୁଖ ମାଣ୍ଡଭିୟଙ୍କୁ ସାକ୍ଷାତକରି ଏକ  ଦାବିପତ୍ର ପ୍ରଦାନ କରିଛନ୍ତି ବାଲେଶ୍ଵର ସାଂସଦ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ। ଗତ ସରକାରରେ ତତ୍କାଳୀନ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମାନ୍ୟବର ଶ୍ରୀ ଭୁପେନ୍ଦ୍ର ଯାଦବଙ୍କ ସମୟରେ ଏକ ୧୦୦ ଶଯ୍ୟା ବିଶିଷ୍ଟ ESIC ହସ୍ପିଟାଲ ବାଲେଶ୍ଵର ପାଇଁ ଅର୍ଥ ମଞ୍ଜୁର କରାଇଥିଲେ। ଅମଲାତାନ୍ତ୍ରିକ ଚକ୍ରବ୍ୟୁହରେ ଏହାର ଶୁଭାରମ୍ଭ ବହୁ ବିଳମ୍ବିତ ହୋଇଥିବାରୁ ଏହାକୁ ଶୀଘ୍ର କରାଇବା ପାଇଁ ମାନ୍ୟବର ମନ୍ତ୍ରୀଙ୍କୁ ସାକ୍ଷାତ କରିବା ସହିତ ପୁଣି ଏକ ଚିଠି ଦେଇ ନିବେଦନ କରିଛନ୍ତି । ଏହାର ଶୀଘ୍ର ଶିଳାନ୍ୟାସ କରିବା ପାଇଁ ମାନ୍ୟବର ମନ୍ତ୍ରୀ ସମ୍ମତି ଦେଲେ ଓ ବିଭାଗୀୟ ଅଧିକାରୀଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ସାଂସଦ ଶ୍ରୀଯୁକ୍ତ ଷଡ଼ଙ୍ଗୀ ମାନ୍ୟବର ମନ୍ତ୍ରୀ ମହୋଦୟଙ୍କୁ ବାଲେଶ୍ଵରବାସୀଙ୍କ ପକ୍ଷରୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି। ଏହା କାର୍ଯ୍ୟକାରୀ ହେଲେ ବିଶେଷତଃ ବାଲେଶ୍ୱର ଶ୍ରମିକ ବର୍ଗଙ୍କ ପାଇଁ ଏକ ବଡ ଆଶୀର୍ବାଦ ହେବ ବୋଲି ସାଂସଦ ଶ୍ରୀଯୁକ୍ତ ଷଡ଼ଙ୍ଗୀ କହିଛନ୍ତି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ