ଅବସରପ୍ରାପ୍ତ ଆଦର୍ଶ ଶିକ୍ଷକଙ୍କ ପରଲୋକ
ବନ୍ତ, (ଚାନ୍ଦିନୀ ମହାନ୍ତି ) : ଭଦ୍ରକ ଜିଲା ବନ୍ତ ବ୍ଲକ ସଖିପାଟଣା ଗ୍ରାମର ଅବସରପ୍ରାପ୍ତ ଆଦର୍ଶ ଶିକ୍ଷକ କୃଷ୍ଣ ଚନ୍ଦ୍ର ବାରିକ(୮୫)ଙ୍କର ଶୁକ୍ରବାର ପରଲୋକ ଘଟିଛି l ଗତ କିଛି ଦିନ ହେବ ସେ ବୟସାଧିକ କାରଣରୁ ଅସୁସ୍ଥ ଥାଇ ଚିକିତ୍ସାଧୀନ ଥିବା ବେଳେ ତାଙ୍କର ପରଲୋକ ଘଟିଛି l ତାଙ୍କ ମର ଶରୀରକୁ ଏକ ଶୋଭା ଯାତ୍ରାରେ ଗ୍ରାମ ପରିକ୍ରମା କରାଯାଇ ଅନ୍ତିମ ସତ୍କାର କରା ଯାଇଥିଲା l ବଡ ପୁଅ ଅଶୋକ ମୁଖାଗ୍ନି ଦେଇଥିଲେ l ମୃତ୍ୟୁ ଶଯ୍ୟା ନିକଟରେ ୫ ପୁଅ, ୫ ବୋହୁ, ୨ ଝିଅ, ଜ୍ୱାଇଁ, ନାତି ନାତୁଣୀଙ୍କ ସମେତ ବନ୍ଧୁ ପରିବାର ବର୍ଗ ଉପସ୍ଥିତ ଥିଲେ l ସ୍ବର୍ଗତ ବାରିକ ୧୯୫୯ ମସିହାରେ ପୋଡାପାଟଣା ଉନ୍ନୀତ ଉପ୍ରା ବିଦ୍ୟାଳୟରେ ଚାକିରୀ ଜୀବନ ଆରମ୍ଭ କରି ଦୀର୍ଘ ୨୫ ବର୍ଷ କାର୍ଯ୍ୟ କରିଥିଲେ l ପରେ ଦେବତା ଗଢିଆ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବେ ୫ ବର୍ଷ କାର୍ଯ୍ୟ କରି ୧୯୯୯ ମସିହାରେ ଅବସର ଗ୍ରହଣ କରିଥିଲେ l ସେ ରାଜ୍ୟପାଳ ପୁରସ୍କୃତ ଆଦର୍ଶ ଶିକ୍ଷକ ଭାବେ ସ୍ଥାନୀୟ ଅଞ୍ଚଳରେ ବେଶ ପରିଚିତ ଥିଲେ l ତାଙ୍କ ମୃତ୍ୟୁରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି l


