ୟୁଥ୍ କ୍ଲବ ବିକାଶ ଅଭିଯାନ କାର୍ଯ୍ୟକ୍ରମ

ବନ୍ତ, (ଚାନ୍ଦିନୀ ମହାନ୍ତି ) : ଶନିବାର ଭଦ୍ରକ ଜିଲା ବନ୍ତ ବ୍ଲକ ନିଳୋକ ପଞ୍ଚାୟତ ଗୋହିରାପଦୀ ଠାରେ ସତ୍ୟଭାମା ୟୁଥ୍ କ୍ଲବ୍ ପକ୍ଷରୁ “ମୋର ଭାରତ” ଭଦ୍ରକ ଜିଲା ସଂଗଠନ ସହଯୋଗରେ ୟୁଥ କ୍ଲବ ବିକାଶ ଅଭିଯାନ-୨୦୨୬ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏଥିରେ ବ୍ଲକର ବିଭିନ୍ନ ୟୁଥ୍ କ୍ଲବ୍‌ର ସଦସ୍ୟ, ୟୁଥ୍ ଲିଡର ଓ ବହୁ ସଂଖ୍ୟକ ଯୁବକ,ଯୁବତୀ ମାନେ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୋର ଭାରତ ଜିଲ୍ଲା ସଂଗଠନର ଯୁବ ଅଧିକାରୀ ଫଉଦ ମହମ୍ମଦ ଯୋଗ ଦେଇ ଯୁବକ, ଯୁବତୀ ମାନଙ୍କୁ ସମାଜସେବା, ନେତୃତ୍ୱ ବିକାଶ, ସ୍ୱେଚ୍ଛାସେବା ଏବଂ ଜାତି ଗଠନରେ ସକ୍ରିୟ ଭୂମିକା ଗ୍ରହଣ ପାଇଁ ଆହ୍ୱାନ ଦେଇଥିଲେ। ଏଥିସହ ସେ ମୋର ଭାରତ ମାଧ୍ୟମରେ ଯୁବକ ମାନଙ୍କ ପାଇଁ ଉପଲବ୍ଧ ବିଭିନ୍ନ ସୁଯୋଗ ଓ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ। ସମ୍ମାନୀତ ଅତିଥି ଭାବେ ସମାଜସେବୀ ମଳୟ ରଞ୍ଜନ ପଣ୍ଡା, ମୋର ଭାରତ ଜିଲା ସଂଗଠନର କର୍ମଚାରୀ ପ୍ରକାଶ ଚନ୍ଦ୍ର ମଲ୍ଲିକ ଯୋଗ ଦେଇଥିଲେ l ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ୟୁଥ୍ କ୍ଲବ୍‌ଗୁଡ଼ିକୁ ସଶକ୍ତ କରିବା, ଯୁବ ନେତୃତ୍ୱର ବିକାଶ କରିବା ଏବଂ ସମାଜର ବିକାଶମୂଳକ କାର୍ଯ୍ୟରେ ଯୁବମାନଙ୍କର ସକ୍ରିୟ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ