ଜାତୀୟ ସେବା ଯୋଜନାରେ ଗ୍ୟାସ ନିଆଁଲିଭା କୌଶଳ ପ୍ରଦର୍ଶନ ଓ ଶୀତବସ୍ତ୍ର ବଣ୍ଟନ

ହାଟଡିହି (ଓ୍ବାଇଏନଏସ):  ଆଞ୍ଚଳିକ ମହାବିଦ୍ୟାଳୟ ହାଟଡିହିର ଜାତୀୟ ସେବା ଯୋଜନା ତରଫରୁ ପୋଡ଼ାସିଙ୍ଗିଡି ଗ୍ରାମରେ  ଚାଲିଥିବା ୭ଦିନିଆ ସ୍ୱତନ୍ତ୍ର ଶିବିରରେ  ଆଜି ଗ୍ୟାସ ସିଲିଣ୍ଡରରୁ ନିଆଁ ଲିଭା କୌଶଳ ପ୍ରଦର୍ଶିତ କରାଯାଇ ସଚେତନ କରାଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଚିତ୍ତରଞ୍ଜନ ରାଉତ ଓ କାର୍ଯ୍ୟକ୍ରମ ଅଧିକାରୀ ଅଜୟ କୁମାର ଦାଶଙ୍କ ସଂଯୋଜନାରେ  ୫୦ ଜଣ ସ୍ବେଚ୍ଛାସେବୀ ମାନଙ୍କ ମିଳିତ ପ୍ରୟାସରେ ଏକ ଅଭିନବ କାର୍ଯ୍ୟକ୍ରମ “ଆମର ଏହି ଛୋଟିଆ ପ୍ରୟାସ,  ଅନେକ ମୁଖରେ ଭରିବ ହସ” ଅନ୍ତର୍ଗତ ସେହି ଅଞ୍ଚଳର ଆଧିବାସୀ ଓ ଛୋଟ ପିଲାମାନଙ୍କୁ ଡ୍ରେସ୍ ସହିତ ଶିତବସ୍ତ୍ର ବଣ୍ଟନ କରାଯାଇଥିଲା।  ଏହା ସହିତ ହାଟଡିହି ଦମକଳ ବାହିନୀ ଦ୍ଵାରା ସ୍ବେଚ୍ଛାସେବୀ ଓ ଗ୍ରାମବାସୀ ମାନଙ୍କୁ ନିଆଁ ଲିଭାଇବାର ଉପାୟ ଓ ଗ୍ୟାସ ନିଆଁକୁ ଆୟତ୍ତ କରିବାର ପଦ୍ଧତି ଉପରେ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।  ଏହି କାର୍ଯ୍ୟକ୍ରମରେ ପନ୍ଦାଡୋ ପଞ୍ଚାୟତର ସରପଞ୍ଚ ନିକୁଞ୍ଜ ଓଝା, ସମାଜସେବୀ ମିନତି ଧଳ ଓ ସୁଶାନ୍ତ କୁମାର ଜେନା ପ୍ରମୁଖ ଯୋଗଦେଇଥିଲେ l ଏହି କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିବାରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପିକା ଓ ଅଧ୍ୟାପିକା ସହଯୋଗ ପ୍ରଦାନ କରିଥଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ